ସମ୍ବଲପୁର: ଗିରଫ ହେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ ରେବତୀ ରମଣ ଯୋଶୀ l ଆୟବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଦିନ ରେବତୀ ରମଣ ଯୋଶୀଙ୍କ ଘର ସମେତ ୯ଟି ଠିକଣା ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା l ଏସିଏଫ ରେବତୀ ରମଣ ଯୋଶୀଙ୍କ ସମ୍ବଲପୁରସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ, ତିନି ମହଲା ବିଶିଷ୍ଟ କୋଠା, ବ୍ୟବସାୟିକ କୋଠ ଓ ବରଗଡ଼ରେ ଥିବା ଘରେ ଏକକାଳୀନ ଚଢ଼ଉ ହୋଇଥିଲା l ରାତି ସାରା ଚଢ଼ାଉ ଜାରି ରହିଥିବା ବେଳେ ଏବେ ଗିରଫ ହୋଇଛନ୍ତି ଏସିଏଫ ରେବତୀ ରମଣ ଯୋଶୀ l
ଆୟବର୍ହିଭୂତ ସମ୍ପତି ଠୁଳ କରିବା ନେଇ ରେବତୀ ରମଣ ଯୋଶୀଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା। ଏହି ଅଭିଯୋଗ ଆଧାରରେ ଗତକାଲି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉରେ ତିନିଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ l ଚଢ଼ାଉ ବେଳେ ତାଙ୍କର ଅମାପ ସମ୍ପତ୍ତି ଦେଖି ତାଜୁବ ହୋଇଯାଇଥିଲା ଭିଜିଲାନ୍ସ ଟିମ୍ l ଏସସିଏଫଙ୍କର ସମ୍ବଲପୁରରେ ୯ ହଜାର ୭୦୦ ବର୍ଗ ଫୁଟର ୩ମହଲା କୋଠା ଥିବା ବେଳେ ଗୋଟିଏ କମର୍ସିଆଲ ବିଲଡିଂ, ସମ୍ବଲପୁରରେ ୩ଟି ଫ୍ଲାଟ, ଭୁବନେଶ୍ଵର ଘାଟିକିଆ ଅଞ୍ଚଳରେ ଗୋଟିଏ ଫ୍ଲାଟ, ୭ଟି ପ୍ଲଟ, ନଗଦ ୧୪ ଲକ୍ଷ ଟଙ୍କା, ସୁନା ୧୫୦ ଗ୍ରାମ ମିଳିଛି ଜବତ ହୋଇଥିଲା l ଏବେ ତାଙ୍କୁ ଗିରଫ କରି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ହଜାର କରିଛି ଭିଜିଲାନ୍ସ l
Comments are closed.