Latest Odisha News

BREAKING NEWS

କିସ୍ ପରିସର ଶ୍ରୀବାଣୀକ୍ଷେତ୍ର ରଥଯାତ୍ରା: ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କିସ୍ ଶିକ୍ଷାନୁଷ୍ଠାନ ପରିସରରେ ଥିବା ଶ୍ରୀବାଣୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଠାରେ ସବୁବର୍ଷ ପରି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସୁସଜ୍ଜିତ ତିନିରଥରେ ଠାକୁରମାନେ ଗୁଣ୍ଡିଚାମନ୍ଦିରକୁ ଯାତ୍ରା କରିଥିଲେ ।

ସକାଳେ ପାରମ୍ପରିକ ରୀତିରେ ମଙ୍ଗଳଆରତୀ, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ ଏବଂ ସୂର୍ଯ୍ୟପୂଜା ସହିତ ରଥପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ କିଟ୍ ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ପାରମ୍ପରିକ ଛେରାପହଁରା କରିଥିଲେ । ଏହାପରେ ମାଉସୀମା’ ମନ୍ଦିର ଅଭିମୁଖେ ରଥଟଣା ଯାଇଥିଲା । ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁ ଏହି ରଥଯାତ୍ରାରେ ସାମିଲ୍ ହୋଇଥିଲେ ।

ଶ୍ରୀବାଣୀକ୍ଷେତ୍ରରେ ପ୍ରତିବର୍ଷ ପରି ଏଥର ମଧ୍ୟ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥିଲେ । ଶ୍ରୀଜଗନ୍ନାଥଙ୍କ ଜୟ ଜୟକାର ଧ୍ୱନୀରେ ଭକ୍ତବୃନ୍ଦ ଶ୍ରୀଗୁଣ୍ଡିଚା ମନ୍ଦିରକୁ ରଥ ଟାଣି ନେଇଥିଲେ ।

Leave A Reply

Your email address will not be published.