Latest Odisha News

BREAKING NEWS

ISRO ଉତ୍‌କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଇତିହାସ ସୃଷ୍ଟି କରିଛି। ଆଜି ସକାଳ ୧୦ଟା ୧୮ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ PSLV-C62 ରକେଟ୍ ‘ଅନ୍ବେଷା’ ଉତକ୍ଷେପଣ କରିଛି। PSLV-C62 ମିଶନ କେବଳ ଏକ ନିୟମିତ ଉତ୍‌କ୍ଷେପଣ ନୁହେଁ, ବରଂ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମହାକାଶ ମିଶନ।

ସୂର୍ଯ୍ୟ-ସମକାଳୀନ ଧ୍ରୁବୀୟ କକ୍ଷପଥରେ ୧୬ଟି ଉପଗ୍ରହକୁ ନେଇ ଇସ୍ରୋର ‘ୱାର୍କହର୍ସ’ ବିଶ୍ୱ କ୍ଷୁଦ୍ର-ଉପଗ୍ରହ ଉତ୍‌କ୍ଷେପଣ ବଜାରରେ ଭାରତର ବଢ଼ୁଥିବା ପ୍ରାଧାନ୍ୟ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ। ଇସ୍ରୋ ସୋମବାର ଦିନ ୨୦୨୬ ବର୍ଷର ଏହାର ପ୍ରଥମ ମହାକାଶ ମିସନ ଉତକ୍ଷେପଣ କରିଛି। ପିଏସ୍‌ଏଲ୍‌ଭି ସି୬୨ ରକେଟ୍ ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ ଏବଂ ଅନ୍ୟ ୧୪ଟି ଉପଗ୍ରହକୁ ମହାକାଶକୁ ନେଇଯିବ। ଏହି ମିସନ ଇସ୍ରୋର ବାଣିଜ୍ୟିକ ଶାଖା, ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ପରିଚାଳିତ ହେଉଛି।

ISRO କହିଛି ଯେ ୨୬୦ ଟନ୍ ଓଜନର PSLV-C62 ରକେଟର ଉତ୍‌କ୍ଷେପଣ ରବିବାର ସକାଳ ୧୦ଟା ୧୭ ପରିବର୍ତ୍ତେ ସୋମବାର ସକାଳ ୧୦ଟା ୧୮ରେ ପୁନଃନିର୍ଦ୍ଧାରିତ କରାଯାଇଛି। ୧୨ଟା ୪୮ରୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିଲା ବୋଲି ଇସ୍ରୋ ସୂତ୍ରରୁ ଜଣାପଡିଛି। PSLV-C62 ରକେଟ୍ ‘ଅନ୍ୱେଷା’ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ମଜଭୁତ୍ ହେବ ଭାରତ। ଶତ୍ରୁ ଉପରେ ତୀକ୍ଷଣ ନଜର ରଖିବ ‘ଅନ୍ବେଷା’। ପାକ୍‌ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବ। ସେହିପରି ସୀମାରେ ଚୀନ୍ ଚାଲ୍‌କୁ ମଧ୍ୟ ଧରିବ। କୃଷି, ଅର୍ବାନ ମ୍ୟାପିଂ, ପରିବେଶ ସୁରକ୍ଷାରେ ବି ସହାୟକ ହେବ ‘ଅନ୍ବେଷା’ ।

 

Leave A Reply

Your email address will not be published.