Latest Odisha News

୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ, ଆଜି ଲାଗିହେବ ଓଷ

ପୁରୀ: ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡିତ ହୋଇ ଅଣସର ଘରେ ଅଛନ୍ତି ଚତୁର୍ଦ୍ଧାମୂରତୀ । ମହାପ୍ରଭୁଙ୍କ ଗୁପ୍ତସେବା କରୁଛନ୍ତି ଦଇତାପତି ସେବାୟତ । ଆଜି ଅଣସର ପିଣ୍ଡିରେ ଶ୍ରୀବିଗ୍ରହମାନଙ୍କୁ ଓଷ ବା ଓଷୁଅ ଲାଗି କରାଯିବ । ଗତକାଲି ପଞ୍ଚମ ଦିନରେ ମହାପ୍ରଭୁଙ୍କୁ ଶ୍ରୀଅଙ୍ଗରେ ଫୁଲୁରିତେଲ ଲାଗି କରାଯାଇଥିଲା ।

ତେବେ ଆଜି ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ଶୁଦ୍ଧସୁଆର ସେବକମାନେ ପ୍ରସ୍ତୁତ କରିଥିବା ଓଷୁଅକୁ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଏହି ଓଷୁଅ ଲାଗି ନୀତି ଆରମ୍ଭ ହେବ । ଶ୍ରୀଅଙ୍ଗରେ ଓଷ ଲାଗି ହେଲେ ସୁସ୍ଥ ହେବେ ଶ୍ରୀଜିଉ । ତିନି ଦିନ ଧରି ମହାପ୍ରଭୁଙ୍କର ଏହି ଓଷ ଉପଚାର ଚାଲିବ ।

Leave A Reply

Your email address will not be published.