Latest Odisha News

BREAKING NEWS

ସହଜ ଓ ଶୃଙ୍ଖଳିତ ହେବ ଶ୍ରୀମନ୍ଦିର ଭିତର ଦର୍ଶନ…

ପୁରୀ: ଆହୁରି ସହଜ ହେବ ମହାପ୍ରଭୁଙ୍କ ଦର୍ଶନ । ଭକ୍ତମାନେ କିପରି ଶୃଙ୍ଖଳିତ ଓ ସୁରୁଖୁରରୁରେ ଦର୍ଶନ କରିପାରିବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତଯୋଗ୍ୟ ପଦକ୍ଷେପ ନିଆଯାଇଛି । ତେବେ ନାଟମଣ୍ଡପରେ ଶ୍ରୀଜିଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତଙ୍କ ପାଇଁ ହେବ ଧାଡ଼ି ବ୍ୟବସ୍ଥା ।

ଶୀତତାପ ନିୟନ୍ତ୍ରିତ ହେବ ନାଟମଣ୍ଡପ । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ମହିଳାନଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଏହାକୁ କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପିଙ୍କୁ ଦିଆଯାଇଛି ଦାୟିତ୍ୱ ।

ଆଉ ଦିନ କେଇଟା ପରେ ପବିତ୍ର କାର୍ତ୍ତିକ ମାସ । ପୁରୀରେ ଲାଗିବ ହବିଷିଆଳିଙ୍କ ଭିଡ । ଆଉ ଏହି ସମୟରେ ଶ୍ରୀମନ୍ଦିରରେ ମଧ୍ୟ ପ୍ରବଳ ଭିଡ ପରିଲିକ୍ଷିତ ହେବ ଏନେଇ କାର୍ତ୍ତିକ ମାସ ସରିବା ପରେ ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୬ଟି ଧାଡ଼ି ବ୍ୟବସ୍ଥା ହେବ । ମହାପ୍ରଭୁଙ୍କୁ ଯେପରି ସ୍ପଷ୍ଟ ଦେଖିହେବ ସେନେଇ ବାହାର କାଠ ପାଖରେ ଭକ୍ତଙ୍କ ପାଇଁ ପଡ଼ିବ କାଠର ରାମ୍ପ୍ । ଏନେଇ ଛତିଶାନିଯୋଗ ସହ ଆଲୋଚନା ସରିଛି ।

ତେବେ ବାହାର କାଠରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ ଯେପରି ଭକ୍ତମାନେ ଶୃଙ୍ଖଳିତ ଭାବେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ ୬ଟି ଧାଡ଼ି ବ୍ୟବସ୍ଥା କରାଯିବ । ଭକ୍ତମାନେ ଧାଡ଼ି ବ୍ୟବସ୍ଥାରେ ୭ ପାହାଚ ଦେଇ କରିବେ ପ୍ରବେଶ କରିବେ । ଏହାପରେ ଦର୍ଶନ ସାରି ଘଣ୍ଟି ଦ୍ଵାର ଦେଇ ବାହାରିବେ । ପୁରୁଷମାନଙ୍କ ପାଇଁ ୩ଟି ଧାଡ଼ି କରାଯିବ । ବୟସ୍କ, ମହିଳା, ଶିଶୁ, ଦିବ୍ୟାଙ୍ଗଙ୍କ ପାଇଁ ଅନ୍ୟ ୩ଟି ଧାଡ଼ି କରାଯିବ ।
ବାହାର କାଠ ପାଖରେ ରହିବ ଉଚ୍ଚ କାଠ ରାମ୍ପ । କାଠ ରାମ୍ପ ଉପରୁ ଦର୍ଶନ କରିବେ ଭକ୍ତ । ମାର୍ଗଶୀର ମାସରୁ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା । ପ୍ରଥମେ ତିନୋଟି ଧାଡ଼ି ଭକ୍ତ ଦର୍ଶନ କରିବେ । ପରେ ଅନ୍ୟ ତିନୋଟି ଧାଡ଼ିର ଦର୍ଶନ କରିବେ ଭକ୍ତ । ଭକ୍ତଙ୍କ ପାଇଁ କରାଯିବ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ।

Leave A Reply

Your email address will not be published.