Latest Odisha News

ବିଶ୍ୱ ଚାମ୍ପିୟନ୍ସ ଟ୍ରଫି ବ୍ୟାଡମିଂଟନ: ସେମିରେ ଶ୍ରୀକାନ୍ତ, ସିନ୍ଧୁ ବିଦା

ନୂଆଦିଲ୍ଲୀ: ବିଡବ୍ଲ୍ୟୁଏଫ ବିଶ୍ୱ ଚାମ୍ପିୟନଶିପରେ କମାଲ କରିଛନ୍ତି ଭାରତର ଷ୍ଟାର ଖେଳାଳି କିଦାମ୍ବି ଶ୍ରୀକାନ୍ତ । କ୍ୱାର୍ଟର ଫାଇନାଲରେ ଶ୍ରୀକାନ୍ତ ନେଦରଲାଣ୍ଡର ମାର୍କ କ୍ୟାଲଜାଉଙ୍କୁ ୨୧-୮ ଓ ୨୧-୭ରେ ପଂଏଟରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ ପାଇଁ ସେ ମାତ୍ର ୨୬ ମିନିଟ ସମୟ ନେଇଥିଲେ । ପୂର୍ବରୁ ଏହି ଇଭେଂଟର ପୁରୁଷ ସେମିଫାଇନାଲରେ ଭାରତ ପକ୍ଷରୁ କେବଳ ପ୍ରକାଶ ପାଦୁକୋନ ଓ ବିସାଇ ପ୍ରଣୀଥ ପ୍ରବେଶ କରିଥିଲେ ।

ମହିଳା ସିଙ୍ଗଲ୍ସରେ ଭାରତର ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି । ସେ ଚାଇନିଜ ତାଇପେର ତାଇଜ୍ୟୁ ୟିଙ୍ଗଙ୍କ ନିକଟରୁ ୨୧-୧୭ ଓ ୨୧-୧୩ରେ ପରାଜିତ ହୋଇଥିଲେ । ସିନ୍ଧୁ ଗତ ସଂସ୍କରଣରେ ଏହି ଚାମ୍ପିୟନଶିପରେ ଟାଇଟଲ ହାସଲ କରିଥିଲେ ।

Comments are closed.