Latest Odisha News

ବିବାଦୀୟ ମନ୍ତବ୍ୟ ନେଇ କ୍ଷମା ମାଗିଲେ କଂଗ୍ରେସ ବିଧାୟକ ରମେଶ କୁମାର

ବାଙ୍ଗାଲୋର: କର୍ଣ୍ଣାଟକ ବିଧାନସଭାରେ ଦୁଷ୍କର୍ମଜନିତ ବିବାଦୀୟ ମନ୍ତବ୍ୟ ନେଇ କ୍ଷମା ମାଗିଛନ୍ତି କଂଗ୍ରେସ ବିଧାୟକ କେଆର ରମେଶ କୁମାର । ବିଧାନସଭାରେ ମୁଁ କୌଣସି ଉଦ୍ଦେଶ୍ୟ ନ ଥାଇ ଏ ଭଳି ମନ୍ତବ୍ୟ ଦେଇଛି । ଆଗକୁ ଏଥିପ୍ରତି ଯତ୍ନବାନ ହେବି । ଦୁଷ୍କର୍ମ ବେଳେ ଖସିବାର ଯଦି କୌଣସି ଉପାୟ ରହି ନ ଥାଏ, ତାହାହେଲେ ଏହାର ମଜା ଉଠାଇବା ବୁଦ୍ଧିମାନର କାମ ବୋଲି ସେ ବିଧାନସଭାରେ କହିଥିଲେ । ମୋର ଏହି ମନ୍ତବ୍ୟ ଯଦି ମହିଳାମାନଙ୍କ ଭାବନାକୁ ଆଘାତ ଦେଇଛି ତାହାହେଲେ କ୍ଷମା ମାଗୁଛି ।

ବର୍ଷା ଓ ବନ୍ୟା କ୍ଷୟକ୍ଷତି ସମସ୍ୟାକୁ ସେ ବିଧାନସଭାରେ ଉଠାଇଥିଲେ । ସମୟ କମ ଥିବାରୁ ବାଚସ୍ପତି ଅଧିବେଶନକୁ ସାରିବା ପାଇଁ ପ୍ରସ୍ତୁତ ହେଉଥିଲେ । ବିରୋଧୀମାନେ ଚାପ ପକାଇବାରୁ ସେ କହିଥିଲେ ସମସ୍ତଙ୍କୁ ସମୟ ଦେଲେ ଅଧିବେଶନ ସରିବ କିପରି । ଏହା ପରେ ରମେଶ କୁମାର ଉପରୋକ୍ତ ବୟାନ ଦେଇଥିଲେ ।

Leave A Reply

Your email address will not be published.