Latest Odisha News

BREAKING NEWS

ଶ୍ରୀକ୍ଷେତ୍ରର ବିକାଶ ପାଇଁ ଓଏମସି ଦେବ ୬ଟି ଖଣି

ଭୁବନେଶ୍ୱର: ଶଙ୍ଖକ୍ଷେତ୍ର ପୁରୀକୁ ବିଶ୍ୱ ଐତିହରେ ସ୍ଥାନ ଦେବା ପାଇଁ ରାଜ୍ୟ ସରକାର ଯୋଜନା ପରେ ଯୋଜନା ହାତକୁ ନେଉଛନ୍ତି ।

ଏହି ବିକାଶର ରଥକୁ ଆଗକୁ ବଢାଇବାକୁ ଆବଶ୍ୟକ ଖଣ୍ଡୋଲାଇଟ ପଥର ପାଇଁ ଛଅଟି ଲଘୁ ଖଣିକୁ ସଂରକ୍ଷିତ ରଖାଯାଇଛି । ଓଡିଶା ଖଣି ନିଗମକୁ ଏହିସବୁ ଖଣି ଲିଜ ଦିଆଯାଇଥିବା ବେଳେ ଏଥିରୁ ଉତ୍ତୋଳିତ ଖଣ୍ଡୋଲାଇଟ ପଥର କେବଳ ପୁର୍ତ୍ତ ବିଭାଗକୁ ଦିଆଯିବ ଏବଂ ଏହା କେବଳ ଐତିହ୍ୟ ସହର ବିକାଶ କାର୍ଯ୍ୟରେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି ।

ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଏନେଇ ଶନିବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପ୍ରାପ୍ତ ସୂଚନା ଅନୁସାରେ, ଯାଜପୁରର ଛାଣ୍ଡି ବ୍ଲକ, ଶୁଖୁଆପାହାଡ଼ ଓ ତେଲିଗଡ଼, କଟକର ଗୋବିନ୍ଦପୁର, ଖୋର୍ଦ୍ଧାର କୁରୁମପଡା ଓ କୁଣ୍ଡାକୁଣ୍ଡି ପଥର ଖଣିକୁ ଓଏମସିକୁ ଲିଜ ସୂତ୍ରରେ ଦିଆଯାଇଛି ।

ଏହିସବୁ ଖଣିରୁ ଉତ୍ତୋଳିତ ସବୁ ଖଣ୍ଡୋଲାଇଟ ପଥର କେବଳ ପୂର୍ତ୍ତ ବିଭାଗ କିମ୍ବା ପୁର୍ତ୍ତ ବିଭାଗ ଦ୍ଵାରା ଅଧିକୃତ ସଂସ୍ଥାକୁ ଦିଆଯିବ । ଏହି ପଥର କେବଳ ପୁରୀର ରୂପାନ୍ତରଣ କାର୍ଯ୍ୟରେ ବ୍ୟବହାର ହେବ ।

ରୂପାନ୍ତରଣ ପାଇଁ ଆବଶ୍ୟକ ନଥିବା ପଥରକୁ ଓଏମସି, ପୁର୍ତ୍ତ ବିଭାଗ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମିଳିତ ସହମତିରେ ଅନ୍ୟତ୍ର ବିକ୍ରି କରାଯାଇପାରିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.