Latest Odisha News

BREAKING NEWS

୫୭ ବିଦେଶାଗତ ପକ୍ଷୀଙ୍କ ମୃତଦେହ ଉଦ୍ଧାର, ଗିରଫ ହେଲେ ୨ ଶିକାରୀ

ଟାଙ୍ଗୀ: ଅବାଧ ପକ୍ଷୀ ଶିକାର ନେଇ ଅଭିଯୋଗ ହେବାପରେ ବନବିଭାଗ ପକ୍ଷରୁ ଚିଲିକା ଅଞ୍ଚଳରେ ଚଢାଉ କରାଯାଇ ପ୍ରାୟ ୫୭ ବିଦେଶାଗତ ପକ୍ଷୀଙ୍କ ମୃତଦେହ ଜବତ କରାଯାଇଥିଲା । ଏହି ଘଟଣାରେ ବିଭାଗ ପକ୍ଷରୁ ୨ ଶିକାରୀଙ୍କୁ ଗିରଫ କରାଯାଇଛି ।

ଏଯାବତ୍ ଗିରଫ ଶିକାରୀମାନଙ୍କର ପରିଚୟ ମିଳିପାରିନାହିଁ ।

ପ୍ରାପ୍ତ ସୂଚନାନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଅବାଧ ପକ୍ଷୀ ଶିକାର ନେଇ ଅଭିଯୋଗ ହେବାପରେ ବନବିଭାଗ ଚଢାଉ ପକ୍ଷରୁ କରାଯାଇଥିଲା । ଏହି ଚଢାଉ ବେଳେ ୩ ଜୀବୀତ ପକ୍ଷୀଙ୍କୁ ଉଦ୍ଧାର କରାଯିବା ସହ ୨ ଶିକାରୀଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ୫ ଜଣ ଫେରାର୍ ହେବାରେ ସଫଳ ହୋଇଥିଲେ ।

ଏହାବ୍ୟତିତ ବନବିଭାଗ ସେମାନଙ୍କ ଠାରୁ ୫୦୦ ରୁ ଉର୍ଦ୍ଧୁ ଗୁଳି, ଗୋଟିଏ ବନ୍ଧୁକ ସହ ଗୋଟିଏ ଡଙ୍ଗା ମଧ୍ୟ ଜବତ କରିଛି ।

ତେବେ ଏନେଇ ତଦନ୍ତ ଆରମ୍ଭ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.