Latest Odisha News

BREAKING NEWS

ବୁଦ୍ଧି ଶିଖିଲା ଶ୍ରୀଲଙ୍କା, ଚୀନ ତୁଳନାରେ ଏଥର ଭାରତ ଆଗ ନୀତି

ନୂଆଦିଲ୍ଲୀ: ଡେରିରେ ହେଉ ପଛେ ବୁଦ୍ଧି ଶିଖିଛି ଶ୍ରୀଲଙ୍କା । ଚୀନର ଚାଲବାଜିରେ ଫସି କ୍ଷତି ସହିବା ପରେ ଏବେ ଭାରତ ଆଗ ନୀତି ଆପଣାଇଛି । ଶ୍ରୀଲଙ୍କାର ପରରାଷ୍ଟ୍ର ସଚିବ ଜୟନାଥ କୋଲାମବାଜେ ଏହା ବୁଧବାର ସ୍ପଷ୍ଟ କରିଛନ୍ତି । ରଣନୀତି ଓ ସୁରକ୍ଷା ଦୃଷ୍ଟିକୋଣରୁ ବିଚାର କଲେ ଆମେ ଚୀନ ତୁଳନାରେ ଭାରତକୁ ପ୍ରାଧାନ୍ୟ ଦେବୁ ବୋଲି ରାଷ୍ଟ୍ରପତି ଗୋଟାବାୟ ରାଜପାକସେଙ୍କ ମଧ୍ୟ କହିଛନ୍ତି ।

ହାମ୍ବୋନଟୋଟା ବନ୍ଦର ୯୯ ବର୍ଷ ପାଇଁ ଚୀନକୁ ଲିଜରେ ଦେବା ଶ୍ରୀଲଙ୍କାର ମସ୍ତବଡ ଭୁଲ ଥିଲା ବୋଲି ଜୟନାଥ କହିଛନ୍ତି । ଖୁବ୍ ଶୀଘ୍ର ଏହାର ସମାଧାନ ସୂତ୍ର ବାହାର କରିବୁ ବୋଲି ସେ କହିଛନ୍ତି । ଏଲଟିଟିଇକୁ ନୃଶଂସ ଭାବେ ଦମନ କରିବା ପରେ ମହିନ୍ଦା ରାଜପାକସେ ଏକୁଟିଆ ପଡି ଯାଇଥିଲେ । ସେ ସମୟରେ ଚୀନ ସହଯୋଗ ଆଳରେ ବ୍ୟବସାୟିକ ଫାଇଦା ଉଠାଇଥିଲା ।

Leave A Reply

Your email address will not be published.