Latest Odisha News

BREAKING NEWS

ବିଧାନସଭାରେ ପାରିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା

ଭୁବନେଶ୍ୱର: ଆଜି ବିଧାନସଭାରେ ପାରିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା। ଏଥିରେ ଶ୍ରୀମନ୍ଦିର ନିରାପତ୍ତା, ଭକ୍ତଙ୍କ ନିରାପତ୍ତା ଏବଂ ଭକ୍ତମାନଙ୍କ ପାଇଁ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ଲାଗି ଉଦ୍ଦିଷ୍ଟ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏହି ସଂକଳ୍ପ ଆଗତ କରିବା ପରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଲେ, ଏହି ଯୋଜନା ସାଢେ ୪ କୋଟି ଓଡ଼ିଆଙ୍କ ନିଜ ଯୋଜନା।

ଶାସକ ଦଳର ବିଧାୟକମାନେ ଆଜିର ଦିନକୁ ଐତିହାସିକ ଦିନ ବୋଲି ଅଭିହିତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀମନ୍ଦିର ପରିକ୍ରମା ଯୋଜନା ବିଧାନସଭାରେ ଗୃହୀତ ହେଲା ପରେ ପୁରୀରେ ସେବାୟତ ଓ ଭକ୍ତମାନଙ୍କ ମଧ୍ୟରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଛି । ସମସ୍ତଙ୍କ ମନରେ ଖୁସି ଓ ଆନନ୍ଦ ପ୍ରକାଶ ପାଇଛି ।

Leave A Reply

Your email address will not be published.