Latest Odisha News

BREAKING NEWS

ଚର୍ଚ୍ଚାରେ ପାକିସ୍ତାନର (ଐଶ୍ୱର୍ଯ୍ୟା ରାୟ) ଅମ୍ନା ଇମ୍ରାନ୍‌

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ପାକିସ୍ତାନୀ ବ୍ଲଗର୍‌ ଅମ୍ନା ଇମ୍ରାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏହା ପଛର କାରଣ ହେଉଛି ଏହି ପାକିସ୍ତାନୀ ବ୍ଲଗର୍‌ ଅବିକଳ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରି ଦେଖାଯାଉଛନ୍ତି। ଐଶ୍ବର୍ଯ୍ୟାଙ୍କ ସହ ତାଙ୍କର ଅଦ୍ଭୁତ ସମାନତା ହେତୁ ପାକିସ୍ତାନୀ ବ୍ଲଗର୍‌ ଅମ୍ନା।

ଏହାସହିତ ସେ କିପରି ଐଶ୍ବର୍ଯ୍ୟାଙ୍କ ପରି ଦିଶୁଛନ୍ତି ଏହାକୁ ନେଇ କଳ୍ପାଜଳ୍ପନା ଲାଗିରହିଛି। ଐଶ୍ବର୍ଯ୍ୟାଙ୍କ ପ୍ରଶଂସକଙ୍କମାନେ ମଧ୍ୟ ତାଙ୍କ ଫଟୋରେ ମନ୍ତବ୍ୟ ଦେଇ ପ୍ରଶଂସା କରୁଛନ୍ତି।

ଏହି ଫଟୋରେ ଯେଉଁଥିରେ ସେ ଧଳା ସାର୍ଟ ପିନ୍ଧି କ୍ୟାମେରା ଆଡକୁ ଚାହିଁଥିବାର ଦେଖିବାକୁ ମିଳିଛି। ଏହି ପୋଷ୍ଟର କ୍ୟାପସନ୍ ହେଉଛି, “ଆଲହାମଦୁଲିଲା ଅ‌ଶେଷ ଅଶେଷ ଧନ୍ୟବାଦ ପ୍ରତ୍ୟେକ ମୁହୂର୍ତ୍ତ ପାଇଁ ଧନ୍ୟବାଦ”। ଫଟୋ ଉପରେ ପ୍ରଶଂସକମାନେ ବିଭିନ୍ନ ପ୍ରକାର ମନ୍ତବ୍ୟ ମଧ୍ୟ  ଦେଉଛନ୍ତି।

Leave A Reply

Your email address will not be published.