ପୁରୀ: ମାର୍ଚ୍ଚ ୩୧ ତାରିଖ ଅର୍ଥାତ୍ ଆସନ୍ତାକାଲିଠୁ ଏପ୍ରିଲ୍ ୩ ତାରିଖ ଯାଏଁ ବନ୍ଦ ରହିବ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି କାମ । ୪ ଦିନ ପାଇଁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାମ । ଖସାପଡ଼ାଲାଗି ଓ ବନକଲାଗି ନୀତି ପାଇଁ କାମ ବନ୍ଦ ରହିବ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ମାସରୁ ରତ୍ନଭଣ୍ତାର ମରାପତି କାର୍ଯ୍ୟ ଆରମ୍ଭ ହୋଇଛି ଯାହା ଫେବୃଆରୀ ରୁ ମାର୍ଚ୍ଚ ଭିତରେ ସାରିବାକୁ ସ୍ଥିର କରାଯାଇଥିଲା । ହେଲେ ବର୍ତ୍ତମାନ ମରାମତି କାର୍ଯ୍ୟ ଶେଷ ହେବ ପାଇଁ ସମୟ ଲାଗିବ ବୋଲି ପୂର୍ବରୁ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସୂଚନା ଦେଇଥିଲେ । ଶ୍ରୀଜିଉଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଭିଡ଼ ଯୋଗୁ ମରାମତି କାମ ଶେଷ ହେବ ପାଇଁ ବିଳମ୍ବ ହେଉଛି ।
Comments are closed.