Latest Odisha News

BREAKING NEWS

ଆଜିଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିଲା ବଡ଼ ଦେଉଳ; ଗାଇଡ଼ଲାଇନ ମଧ୍ୟରେ ଦର୍ଶନ କରିବେ ଭକ୍ତ

ପୁରୀ: ସବୁ ଅପେକ୍ଷାର ଅନ୍ତ ଘଟିଛି। ଦୀର୍ଘ ୯ ମାସ ପରେ ଆଜିଠୁ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଛି ।

ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାର୍କେଟ୍ ଛକ ଠାରୁ ସ୍ବତନ୍ତ୍ର ବ୍ୟାରିକେଡ୍ ଯୋଗେ ସିଂହଦ୍ବାରକୁ ଆସିବା ପରେ ଭକ୍ତମାନଙ୍କ ଫଟୋ ଉଠାଯିବା ସହ ହାତ ସାନିଟାଇଜ୍ କରି ଶ୍ରୀମନ୍ଦିରରେ ପ୍ରବେଶ କରିବାର ବ୍ୟବସ୍ଥା ହୋଇଛି ।

ଗାଇଡ଼ଲାଇନ ଅନୁଯାୟୀ, ଶ୍ରୀମନ୍ଦିର ଭିତରେ କୌଣସି ପ୍ରତିମାକୁ ସ୍ପର୍ଶ କରିପାରିବେନି ଭକ୍ତ ।ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ ଉପରେ ମଧ୍ୟ କଟକଣା ରହିଛି ।

ମନ୍ଦିର ପ୍ରବେଶ ଲାଗି ଶ୍ରଦ୍ଧାଳୁଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି । ବାହାରୁ ଆସୁଥିବା ଶ୍ରଦ୍ଧାଳୁ ପୁରୀରେ କରୋନା ଟେଷ୍ଟ କରିପାରିବେ ନାହିଁ । ଭକ୍ତ ସର୍ବାଧିକ ୪ଦିନ ପୂର୍ବର କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ୍ ଆଣି ଦର୍ଶନ କରିପାରିବେ ବୋଲି କୁହାଯାଇଛି।

ଏହାସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼କାଡ଼ି କରାଯାଇଛି । ଲୋକଙ୍କୁ ନିୟନ୍ତ୍ରଣ କରିବା ସହ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ନେଇ ମୋଟ୍ ୧୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା।

Leave A Reply

Your email address will not be published.