Latest Odisha News

BREAKING NEWS

ସବୁ ଅପେକ୍ଷାର ଅନ୍ତ; ରାଜ୍ୟରେ ଆଜିଠୁ ଖୋଲୁଛି ବିଭିନ୍ନ ପ୍ରସିଦ୍ଧ ମନ୍ଦିର

ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ରହିଥିଲା ବିଭିନ୍ନ ପ୍ରସିଦ୍ଧ ମନ୍ଦିର। ତେବେ ସବୁ ଅପେକ୍ଷାର ଅନ୍ତ ଘଟାଇ ଆଜିଠୁ ରାଜ୍ୟର ବିଭିନ୍ନ ମନ୍ଦିର ମାନ ଖୋଲିଛି।

ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର। ଦୁଇଟି ପର୍ଯ୍ୟାୟରେ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ୩୦ଯାଏଁ ଦର୍ଶନ ବ୍ୟବସ୍ଥା କରାଯାଇଛି । ସେହିଭଳି ଅପରାହ୍ଣ ୩ଟାରୁ ସନ୍ଧ୍ୟା ୭ଟା ୩୦ ଯାଏଁ ଦର୍ଶନ ବ୍ୟବସ୍ଥା ହୋଇଛି ।

ଆଜିଠାରୁ ୫ଦିନ ପାଇଁ ସ୍ଥାନୀୟ ଲୋକ ଦର୍ଶନ କରିପାରିବେ । ଏଥିପାଇଁ ସେମାନଙ୍କୁ ଭୋଟର କିମ୍ବା ଆଧାର ପରିଚୟ ପତ୍ର ଦେଖାଇବାକୁ ପଡିବ ।

ସେହିପରି ଦୀର୍ଘ ମାସର ବ୍ୟବଧାନ ପରେ ଘଟଗାଁର ଆରାଧ୍ୟ ଦେବୀ ମାଆ ତାରିଣୀଙ୍କ ପୀଠ। ମନ୍ଦିର ଆଜି ସର୍ବସାଧାରଣ ଙ୍କ ଦର୍ଶନ ପାଇଁ ଖୋଲିଛି. ମାଆ ଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ମନରେ ଉତ୍ସାହ ଦେଖାଦେଇଛି । କୋଭିଡ କଟକଣା ମଧ୍ୟରେ ମାଆ ଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

ସେହିପରି ଭକ୍ତଙ୍କ ପାଇଁ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ପୂଜାର୍ଚ୍ଚନା ଓ ଦୀପ ଜାଳିବା ଉପରେ କଟକଣା । ପୂର୍ବପରି କଟକଣା ବଳବତ୍ତର।ମାକ୍ସ ନପିନ୍ଧିଥିଲେ ମନ୍ଦିର ପ୍ରବେଶ ମନା।

ଏହାସହ ଦୀର୍ଘ ମାସ ର ବ୍ୟବଧାନ ପରେ ଭଦ୍ରକ ର ଆରାଧ୍ୟ ଦେବୀ ମାଆ ଭଦ୍ରକାଳୀ ଙ୍କ ମନ୍ଦିର ଆଜି ସର୍ବସାଧାରଣ ଙ୍କ ଦର୍ଶନ ପାଇଁ ଖୋଲିଛି। ମାଆ ଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ମନରେ ଉତ୍ସାହ ଦେଖାଦେଇଛି. କୋଭିଡ କଟକଣା ମଧ୍ୟରେ ମାଆ ଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

ସେହିପରି ଆଜିଠାରୁ ଖୋଲିବ ପ୍ରସିଧ ଶୈବ ପୀଠ କପିଳାଶ ମନ୍ଦିର।ପ୍ରଥମ ଦିନରେ ଆଜି କେବଳ ଦର୍ଶନ କରିବେ ସେବାୟତ ଙ୍କ ପରିବାର।ଆସନ୍ତା କାଲି ଅର୍ଥାତ ୪ ତାରିଖ ରୁ ଦର୍ଶନ କରିବେ କେବଳ ଢେ଼ଙ୍କାନାଳ ଜିଲ୍ଲା ବାସୀ।ଆସନ୍ତା ୧୪ ଠାରୁ ସମସ୍ତେ ଦର୍ଶନ କରିପାରିବେ ସାଧାରଣ ଲୋକେ ।ସେଥିପାଇଁ ସେବାୟତଙ୍କର ଶେଷ ହୋଇଛି କୋଭିଡ ଟେଷ୍ଟ।ତେବେ କପିଳାଶ ସମେତ ଜିଲାର ପ୍ରମୁଖ ୭ ଟି ମନ୍ଦିର ଆଜି ଖୋଲିଛି।

ସେହିଭଳି, ଖୋଲିଲା କେନ୍ଦ୍ରାପଡାର ଶ୍ରୀ ଶ୍ରୀ  ବଳଦେବଜୀୟୁ ମନ୍ଦିର । ଆନନ୍ଦ ଓ ଶୃଙ୍ଖଳା ରେ ବଳଦେବଜୀୟୁ ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ମନ୍ଦିର ବେଢା ମଧ୍ୟକୁ ୧୦୦ ଜଣ ପ୍ରବେଶ ପାଇଁ ଅନୁମତି। ମାସ୍କ ବ୍ୟବହାର ଓ ଧାଡିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

Leave A Reply

Your email address will not be published.