Latest Odisha News

BREAKING NEWS

ହଟିଲା ଭକ୍ତ ଭଗବାନଙ୍କ ମଧ୍ୟର ପାଚେରୀ; ଆଜିଠୁ ଖୋଲିଲା ବଡ଼ଦେଉଳ

ପୁରୀ: ହଟିଲା ଭକ୍ତ ଭଗବାନଙ୍କ ମଧ୍ୟର ପାଚେରୀ। ଦୀର୍ଘ ୯ ମାସର ବ୍ୟବଧାନ ପରେ ଖୋଲିଛି ବଡ଼ଦେଉଳ। ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଛି ଦର୍ଶନ । ଆଜିଠାରୁ ସେବାୟତଙ୍କ ଦର୍ଶନ ଆରମ୍ଭ ହୋଇଛି । ଡିସେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ସେମାନଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବେ। ସକାଳ ସାଢ଼େ ୭ଟାରୁ ରାତ୍ର ପହୁଡ଼ ପର୍ଯ୍ୟନ୍ତ ଦର୍ଶନ ଚାଲିବ।

ଡିସେମ୍ବର ୨୬ରୁ ୩୧ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କ ଦର୍ଶନ ଆରମ୍ଭ ହେବ। ସକାଳ ସାଢ଼େ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ। ଜିଲ୍ଲା ବାହାର ଭକ୍ତମାନେ ଡିସେମ୍ବର ୩ ତାରିଖରୁ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ।

କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା, ସାନିଟାଇଜର ବ୍ୟବସ୍ଥା କରାଯାଇଛି। କରୋନା ମହାମାରୀ ପାଇଁ ମାର୍ଚ ୨୦ରୁ ଶ୍ରୀମନ୍ଦିର ବନ୍ଦ ରହିଥିଲା। ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ ରଖାଯାଇଥିଲା। କେବଳ ନୀତିକାନ୍ତି ସ୍ବାଭାବିକ ଚାଲିଥିଲା। ବିଭିନ୍ନ ମହଲରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦାବି ପରେ ଆସନ୍ତାକାଲିଠାରୁ ବିଧିବଦ୍ଧ ଭାବେ ଶ୍ରୀମନ୍ଦିର ଖୋଲିଛି।

 

Comments are closed.