ନୂଆଦିଲ୍ଲୀ: ଗୁରୁବାର ଦିନ ଶ୍ରୀନଗର ବିମାନବନ୍ଦରରେ ବିମାନ ଚଳାଚଳ ଆରମ୍ଭ ହୋଇଥିଲା କିନ୍ତୁ ବିମାନବନ୍ଦର ରାସ୍ତାରେ ଏବଂ ନିକଟ ରାଜପଥରେ ଟ୍ରାଫିକ ଜାମ୍ ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।ବିମାନବନ୍ଦରକୁ ଯାଉଥିବା ରାଜପଥରେ ଟ୍ରାଫିକ ଜାମ୍ ଥିବାରୁ ବିମାନବନ୍ଦର ବାହାରେ ବିଶୃଙ୍ଖଳା ହୋଇଥିଲା।
ଗତ ରବିବାର ଦିନ ପ୍ରବଳ ତୁଷାରପାତ ଏବଂ ଲଗାତାର ବର୍ଷା ପରେ ଟ୍ରାଫିକ୍ ପାଇଁ ରାଜପଥ ବନ୍ଦ ରହିଥିଲା ଯାହା ଦ୍ବାରା ଏକାଧିକ ଭୂସ୍ଖଳନ ହୋଇଥିଲା। ବର୍ତ୍ତମାନ ପାଣିପାଗର ଉନ୍ନତି ସହିତ ଏହା ଶୀଘ୍ର ଖୋଲାଯିବ ବୋଲି ଜଣେ ଟ୍ରାଫିକ ଅଧିକାରୀ କହିଛନ୍ତି। ବର୍ତ୍ତମାନ, କାଜିଗୁଣ୍ଡରୁ ଉଦାମପୁର ପର୍ଯ୍ୟନ୍ତ, ଜାତୀୟ ରାଜପଥରେ ୩୦୦୦ ରୁ ଅଧିକ ଗାଡି ଅଟକି ରହିଛି।
ଏହି ସମୟରେ, ଆଗାମୀ ୧୦ ଦିନ ମଧ୍ୟରେ ତୁଷାରପାତ ହେବ ନାହିଁ ବୋଲି ଭାରତ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶ୍ରୀନଗରରେ ରାତିର ତାପମାତ୍ରା -୧.୯ ଡିଗ୍ରୀ ସେଲସିୟସ ଏବଂ ଜାମ୍ମୁରେ ୧୧.୪ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା।
Comments are closed.