ଭୁବନେଶ୍ବର:୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବନ୍ଧା ହେଲେ SSB ଯବାନ । ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଜମି ଦେବା ନାଁରେ ଠକେଇ ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଜଣକ ହେଲେ ଏସ୍ଏସ୍ବି ଯବାନ ସଚିତ୍ର ସେନାପତି। ସହୀଦନଗର ପୋଲିସ ତାଙ୍କୁ ଗିରଫ କରିଛି। ସଚିତ୍ର ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ ।
ସୂଚନାଥାଉକି, ୨ ହଜାର ସ୍କୋୟାର ଫୁଟ ଜମିକୁ ୩୦ ଲକ୍ଷ ବୋଲି କହି ଦେଖାଇଥିଲେ ଜମି । ୨ଟି କିସ୍ତିରେ ଅଗ୍ରୀମ ୨୦ ଲକ୍ଷ ଦେଇଥିଲେ ଏତଲାକାରୀ ସୁରେନ୍ଦ୍ର ଚନ୍ଦ୍ର ବାହୁବଳେନ୍ଦ୍ର । ଅଭିଯୁକ୍ତକୁ ଗିରଫ ପରେ ଏକାଧିକ ଲୋକଙ୍କୁ ସେ ଠକିଥିବା ଜାଣିବାକୁ ପାଇଛି ପୋଲିସ ।
Comments are closed.