ନୂଆଦିଲ୍ଲୀ/ଭୁବନେଶ୍ୱର: ଏଣିକି SSC MTS ପରୀକ୍ଷା ପାଇଁ ଓଡ଼ିଆରେ ଆସିବ ପ୍ରଶ୍ନପତ୍ର । ଖାଲି ଓଡ଼ିଆ ନୁହେଁ, ୧୩ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା କରାଯିବ । ଏହାକୁ ପର୍ସନାଲ ଆଣ୍ଡ ଟ୍ରେନିଂ ଡିପାର୍ଟମେଣ୍ଟ ସ୍ୱୀକୃତି ଦେଇଛି ।
ଫଳରେ ଷ୍ଟାଫ ସିଲେକ୍ସନ କମିଶନ ମଲ୍ଟିଟାସ୍କିଂ ଷ୍ଟାଫ୍ ପରୀକ୍ଷା ୨୦୨୨ ଏବଂ CHSLE ଲିଖିତ ପରୀକ୍ଷା ୨୦୨୨ ପାଇଁ ୧୩ଟି ଆଞ୍ଚଳିକ ଭାଷାରେ ପ୍ରଶ୍ନପତ୍ର ଆସିବ । ହିନ୍ଦୀ ଓ ଇଂରାଜୀକୁ ମିଶାଇ ୧୩ଟି ଭାଷାକୁ ସ୍ୱୀକୃତି ମିଳିଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ । ଓଡ଼ିଆ, ଇଂରାଜୀ, ହିନ୍ଦୀ ସହ ଅନ୍ୟଭାଷାଗୁଡିକ ହେଲା ଆସାମୀ, ବେଙ୍ଗଲି, ଗୁଜରାଟ, ମରାଠି, ମଲାୟାଲାମ, କନ୍ନଡ, ତାମିଲ, ତେଲଗୁ, ଊର୍ଦ୍ଧୁ, ପଞ୍ଜାବୀ, ମଣୀପୁରୀ ଓ କୋଙ୍କଣୀ ।
ସ୍ଥାନୀୟ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତଥା ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ଏକ ପଦକ୍ଷେପ ନେଇଛନ୍ତି । ମାତୃଭାଷାରେ ପରୀକ୍ଷା ସୁଯୋଗ ମିଳିଲେ ପ୍ରରୀକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବା ବୋଲି ମଙ୍ଗଳବାର ବିଭାଗ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।
MTS Examination-୨୦୨୨ ଏବଂ CHSLE Examination-୨୦୨୨ ରେ ଏଣିକି ୧୩ଟି ଆଞ୍ଚଳିକ ଭାଷା ସମେତ ଇଂରାଜୀ ଓ ହିନ୍ଦୀ ଏହିପରି ୧୫ଟି ଭାଷାରେ ପ୍ରଶ୍ନପତ୍ର ଆସିବ । MTS ପରୀକ୍ଷା ପାଇଁ ପୂର୍ବରୁ ନୋଟିସ ଜାରି ହୋଇ ସାରିଥିବାବେଳେ CHSLE ପରୀକ୍ଷା ପାଇଁ ୨୦୨୩ ମେ କିମ୍ବା ଜୁନ ମଧ୍ୟରେ ବାହାରିବାର କାର୍ଯ୍ୟକ୍ରମ ରହିଛି।
ଏହା ପୂର୍ବରୁ CAPF(Central Armed Police Forces)ରେ କନଷ୍ଟେବଲ ପରୀକ୍ଷା ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ କରାଯିବ ବୋଲି କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା ।
Comments are closed.