Latest Odisha News

BREAKING NEWS

ବିଚ୍ ରାସ୍ତାରେ ଅତର୍କିତ ଆକ୍ରମଣ କଲେ ଦୁବୃର୍ତ୍ତ, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି

ମୟୂରଭଞ୍ଜ: ବାରିପଦାରେ ବିଚ୍ ରାସ୍ତାରେ ଛୁରାମାଡ । ଟାଉନ୍‌ ଥାନା ଷ୍ଟେସନ୍ ବଜାର ନିକଟରେ ଛୁରାମାଡ଼ । ଗୁରୁତର ଅବସ୍ଥାରେ PRM ମେଡିକାଲ୍‌ରେ ଯୁବକ ଭର୍ତ୍ତି ହୋଇଛନ୍ତି । ଯୁବକ ଜଣକ ନାଁ ମୁନା ଯାଦବ ।

ଖବର ଅନୁଯାୟୀ,ଯୁବକ ଜଣକ ସ୍ଥାନୀୟ ଏକ ବିଦେଶୀ ମଦ ଦୋକାନର କର୍ମଚାରୀ ବୋଲି ସୂଚନା ରହିଛି । ପରିବା କିଣୁଥିବାବେଳେ ଜଣେ ଯୁବକ ଆସି ତାଙ୍କ ସହ କଥା ହୋଇଥିଲେ ଓ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କ ହାତ ଓ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଯୁବକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତାଙ୍କ ଘର ବିହାରର ସାସାରାମ ଅଞ୍ଚଳରେ ବୋଲି ଜଣାପଡ଼ିଛି ।

ଖବରପାଇ ବାରିପଦା ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଥାଉକି, ସପ୍ତାହକ ତଳେ ବାରିପଦା ସହରରେ ଗୁଳିକାଣ୍ଡ ହୋଇଥିଲା ।

 

Comments are closed.