Latest Odisha News

BREAKING NEWS

ମେ’ ୧୯ରେ ଓଡ଼ିଶାର ୩୪ଟି ବୁଥରେ ସାନି ନିର୍ବାଚନ: ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ୩ୟ ଏବଂ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସମୟରେ ଇଭିଏମ ପରିଚାଳନାଗତ ତ୍ରୁଟି ଏବଂ ବୁଥ ରିଗିଂ ଅଭିଯୋଗ ହୋଇଥିବାକୁ ଭିତ୍ତି କରି ରାଜ୍ୟର ୩୪ଟି ପୋଲିଂ ବୁଥରେ ଆସନ୍ତା ମେ’ ୧୯ ତାରିଖରେ ସାନି ଭୋଟଗ୍ରହଣ ଅନୁଷ୍ଠିତ ହେବ ।

ଏହି ସାନି ନିର୍ବାଚନ ସମ୍ପର୍କରେ ଭୋଟଗ୍ରହଣ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅବଗତ କରିଛନ୍ତି । ଏଥିସହିତ ସମ୍ପୃକ୍ତ ବୁଥ ତଥା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ, ପୋଲିଂ ଏଜେଣ୍ଟମାନଙ୍କୁ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ପ୍ରକାର ଜରୁରୀ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

ସାନି ନିର୍ବାଚନ ହେବାକୁ ଥିବା ଏହି ସମସ୍ତ ୩୪ଟି ବୁଥ ମଧ୍ୟରୁ ୧୨ଟି ବୁଥ ୩ୟ ପର୍ଯ୍ୟାୟ ନିର୍ବାଚନ ସମୟରେ ସ୍ଥଗିତ ରହିଥିଲା ସେହିପରି ୨୨ଟି ବୁଥ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସମୟରେ ବନ୍ଦ ରହିଥିଲା ।

ମେ’ ୧୯ ତାରିଖ ଦିନ ଏହି ସମସ୍ତ ୩୪ଟି ବୁଥରେ ସକାଳ ୭ଟାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହେବ ।

Leave A Reply

Your email address will not be published.