Latest Odisha News

BREAKING NEWS

ବାନ୍ଦ୍ରା ରେଲୱେ ଷ୍ଟେସନରେ ଦଳାଚକଟା, ୯ ଆହତ

ମୁମ୍ବାଇ: ବାନ୍ଦ୍ରା ରେଲୱେ ଷ୍ଟେସନରେ ଦଳାଚକଟା, ୯ ଆହତ । ୯ ଆହତ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ନେଇ ସୂଚନା ମିଳିଛି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବାନ୍ଦ୍ରା-ଗୋରଖପୁର ଟ୍ରେନକୁ ଅପେକ୍ଷା ବେଳେ ୧ନଂ ପ୍ଲାଟଫର୍ମରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଭଳି ପରିସ୍ଥିତି ଉପୁଜିଛି ।

ସୂଚନା ଅନୁଯାୟୀ, ବାନ୍ଦ୍ରା ରୁ ଗୋରଖପୁର ଯାଉଥିବା ଟ୍ରେନ ନମ୍ବର ୨୨୯୨୧ରେ ଯାତ୍ରା କରିବା ପାଇଁ ପ୍ରବଳ ଲୋକ ଅପେକ୍ଷା କରିଥିଲେ । ସେହି ସମୟରେ ନିୟନ୍ତ୍ରଣ ହରାଇ ଦଳାଚକଟା ପରି ପରିସ୍ଥିତି ଉପୁଜିଥିଲା । ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଏପରି ପରିସ୍ଥିତି ଉପୁଜିଛି । ଦଳାଚକଟାରେ ୯ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବାକି ୭ଜଣଙ୍କ ଅବସ୍ଥା ସ୍ଥିର ଥିବା ନେଇ ସୂଚନା ମିଳିଛି । ସେପଟେ ରେଲୱେ ପ୍ରଶାସନ ତରଫରୁ ଷ୍ଟେସନରେ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ କରିଛନ୍ତି ଯାତ୍ରୀ ।

 

Leave A Reply

Your email address will not be published.