Latest Odisha News

ସତସଙ୍ଗରେ ଦଳାଚକଟା; ୨୭ରୁ ଅଧିକ ମୃତ

ହାଥରସ: ଉତ୍ତରପ୍ରଦେଶର ହାଥରସରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହାଥରସର ସିକନ୍ଦରାରାଉ ଥାନାର ଫୁଲରଇରେ ଆୟୋଜିତ ଭ‌ୋଳାବାବାଙ୍କ ସତସଙ୍ଗ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସତସଙ୍ଗ ସମୟରେ ଦଳାଚକଟା ହେବାରୁ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଭକ୍ତ ମଧ୍ୟ ଆହତ ହୋଇଛନ୍ତି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୂଚନାନୁସାରେ, ଆହତମାନଙ୍କୁ ବସ୍ ଓ ଟେମ୍ପ‌ୋରେ ଭର୍ତ୍ତି କରାଯାଇ ଜିଲ୍ଲା ଡାକ୍ତରଖାନା ନିଆଯାଇଥିଲା। ଡିଏମ ଏବଂ ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଥାନାରୁ ପ‌ୋଲିସ ଫୋର୍ସ ଯାଇ ଘଟଣାସ୍ଥଳରେ ନିୟ‌ୋଜିତ ହ‌ୋଇଛନ୍ତି।

ଘଟଣା ସମ୍ପର୍କର‌େ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବାକୁ ନିର୍ଦ୍ଦ‌େଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ କମିଟି ଗଠନ କରିଛନ୍ତି। ଏଥିପାଇଁ ଆଲିଗଡ ମଣ୍ଡଳର ବରିଷ୍ଠ ଅଧିକାରୀଙ୍କ ଏକ କମିଟି ଦ୍ୱାରା ଯାଞ୍ଚ କରାଯିବ। ଏଡିଜି ଆଗ୍ରା ଏବଂ କମିଶନର ଆଲିଗଡଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି।ହି

ତ‌େବେ‌ ସୋସିଆଲ ମିଡିଆରେ ଏହି ଘଟଣାର ଅନେକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିର‌େ ହସ୍ପିଟାଲ୍ ପରିସରରେ ଅନେକ ଲୋକ ଚେତାଶୂନ୍ୟ ହୋଇପଡିଥିବାର ନଜର ଆସିଛି।

 

 

Leave A Reply

Your email address will not be published.