Latest Odisha News

ଫାଦର ଷ୍ଟାନ ସ୍ବାମୀ ମୃତ୍ୟୁ ମାମଲା, ବଢୁଛି କେନ୍ଦ୍ର ସରକାରଙ୍କ ଅଡୁଆ

ନୂଆଦିଲ୍ଲୀ : ଫାଦର ଷ୍ଟାନ ସ୍ବାମୀ ମୃତ୍ୟୁ ମାମଲାରେ ବଢୁଛି କେନ୍ଦ୍ର ସରକାରଙ୍କ ଅଡୁଆ । ଏହି ଘଟଣାରେ କେନ୍ଦ୍ର ସରକାରଙ୍କୁ ଜାତିସଂଘ ମାନବାଧିକାର ସଂଗଠନ ସମେତ ବିଭିନ୍ନ ମହଲରୁ ଆସିବାରେ ଲାଗିଛି ପ୍ରଶ୍ନବାଣ । ସେପଟେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଆଇନର ପ୍ରକ୍ରିୟା ଅନୁସାରେ ଯାହା କିଛି ହୋଇଛି ।

ଷ୍ଟାନଙ୍କ ମୃତ୍ୟୁ ପରେ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ହାଇକମିଶନରଙ୍କ ପକ୍ଷରୁ କୁହାଯାଇଥିଲା ୮୪ ବର୍ଷ ବୟସ୍କ ଷ୍ଟାନଙ୍କ ମୃତ୍ୟୁରେ ସେମାନେ ଦୁଃଖିତ । ଯଥେଷ୍ଟ ଆଇନଗତ ଭିତ୍ତି ନଥିଲେ ଅଟକ ଥିବା ଲୋକଙ୍କୁ ସରକାର ମୁକ୍ତ କରିବା ଆବଶ୍ୟକ । ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ, ସମସ୍ତ ନାଗରିକଙ୍କ ଅଧିକାରର ସୁରକ୍ଷା ଲାଗି ସରକାର ପ୍ରତିଜ୍ଞାବଦ୍ଧ । ସ୍ବାଧୀନ ବିଚାର ବିଭାଗ ଜରିଆରେ ଭାରତର ଗଣତାନ୍ତ୍ରିକ ନୀତି ପର୍ଯ୍ୟବେସିତ । ତେବେ ଆଇନ ଅନୁସାରେ ଷ୍ଟାନଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କ ଜାମିନ ଆବେଦନ କୋର୍ଟରେ ରଦ୍ଦ ହୋଇଥିଲା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସଫେଇ ଦିଆଯାଇଛି ।

Leave A Reply

Your email address will not be published.