Latest Odisha News

BREAKING NEWS

ଅଧାରୁ ବନ୍ଦ କରାଗଲା ଅଲିମ୍ପିକ୍ସ ମଶାଲ ଶୋଭାଯାତ୍ରା

ଟୋକିଓ: କରୋନା ମହାମାରୀକୁ ଆଖି ଆଗରେ ରଖି ଜାପାନ ସରକାର ଅଲିମ୍ପିକ୍ସ ମଶାଲ ଶୋଭାଯାତ୍ରା ଅଧାରୁ ବନ୍ଦ କରିଛନ୍ତି । ଶୁକ୍ରବାରଠାରୁ ଏହା ଟୋକିଓରେ ଆରମ୍ଭ ହେବାକୁ ଥିଲା । ପୂର୍ବରୁ ରାଷ୍ଟ୍ରୀୟସ୍ତରର ମଶାଲ ଶୋଭାଯାତ୍ରା ମାର୍ଚ୍ଚରୁ ଆରମ୍ଭ ହୋଇଥିଲା । କ୍ୱେଟା ଓ ହିରୋସିମା ପୂର୍ବରୁ ଏହି ଶୋଭାଯାତ୍ରା ଆୟୋଜନ ବାତିଲ ହୋଇ ସାରିଥିଲା ।

ଗହଳି କମ ରହିଥିବା କାରଣରୁ ଓଗାସବୋରାରେ ଏହା ଅୟୋଜିତ ହେବ । ଜାପାନରେ ଏହି ଶୋଭାଯାତ୍ରାକୁ ଜାପାନରେ ଅନେକ ସ୍ଥାନରେ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି । କରୋନା ମହାମାରୀ ଯୋଗୁ ସ୍ଥାନୀୟ ଜନସାଧାରଣ ଏହାକୁ ଆୟୋଜନ କରିବା ସପକ୍ଷରେ ନାହାନ୍ତି ।

Leave A Reply

Your email address will not be published.