ପୁରୀ: ଅଲିମ୍ପିକରେ ପଦକ ଜିତି ସୁଶୀଲ କୁମାର ଭାରତକୁ ଯେତିକି ଗୌରବାନ୍ୱିତ କରିଥିଲେ, ଏବେ ସାଗର ହତ୍ୟା କାଣ୍ଡରେ ସମ୍ପୃକ୍ତ ହେବା ସହ ଜେଲ ଯାଇ ତାଠାରୁ ଅଧିକ ନାମ ତଳେ ପକାଇ ଦେଇଛନ୍ତି । କ୍ରୀଡାପ୍ରେମୀ ଭାରତବାସୀ ରେସଲର ସୁଶୀଲଙ୍କୁ ମୁଣ୍ଡରେ ବସାଇଥିଲେ । ସମ୍ମାନ, ଅର୍ଥ କିଛି ଅଭାବ ନ ଥିଲା । ଯୁବି ପିଢ଼ୀଙ୍କ ପାଇଁ ସେ ପ୍ରେରଣା ସାଜିଥିଲେ । ଏବେ କାରାଗାରରେ.. ସୁଶୀଲଙ୍କ ପରି ଅନେକ ଆନ୍ତର୍ଜାତୀୟ ଆଥଲେଟ ବିଭିନ୍ନ ଅପରାଧୀକ ମାମଲାରେ ଜଡିତ ହୋଇ ସ୍ୱର୍ଣ୍ଣିମ କ୍ୟାରିୟରକୁ ନଷ୍ଟ କରିଛନ୍ତି ।
ପାରା ଅଲିମ୍ପିଆନ ଓସ୍କାର ପିଷ୍ଟୋରିୟସ: ଦକ୍ଷିଣ ଆଫ୍ରିକାର ଓସ୍କାର ପିଷ୍ଟୋରିୟସ ପାରା ଅଲିମ୍ପିକ୍ସରେ ୬ ସ୍ୱର୍ଣ୍ଣ ଜିତି ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଥିଲେ । ଏହି ବ୍ଲେଡ ରନର ୨୦୧୩ ଭାଲେଂଟାଇନ୍ସ ଦିନ ଗାର୍ଲଫ୍ରେଣ୍ଡ ରୀଭା ଷ୍ଟିନକ୍ୟାମ୍ପଙ୍କୁ ହତ୍ୟା କରିଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ ସେ ଏବେ ୧୪ ବର୍ଷ ଜେଲ ଦଣ୍ଡାଦେଶ ଭୋଗୁଛନ୍ତି ।
ସ୍କେଟିଂ ଖେଳାଳି ଟୋନ୍ୟା ହାର୍ଡିଙ୍ଗ: ୩ ବର୍ଷ ବୟସରୁ ପୋର୍ଟଲାଣ୍ଡରେ ଜନ୍ମିତ ଟୋନ୍ୟା ହାର୍ଡିଙ୍ଗ ସ୍କେଟିଂ ଶିଖିବା ଆରମ୍ଭ କରିଥିଲେ । ୧୯୯୧ରେ ସ୍କେଟ ଆମେରିକାରେ ୩ଟି ରେକର୍ଡ ସୃଷ୍ଟି କରିଥିଲେ । ୧୯୯୪ ୟୁଏସ ଚାମ୍ପିୟନରେ ସ୍ୱର୍ଣ୍ଣ ଜିତିଥିଲେ । ତେବେ ତାଙ୍କ ପ୍ରତିଦ୍ୱନ୍ଦ୍ୱର ନେନ୍ସି କେର୍ଗିନଙ୍କ ସଫଳତାର ସୋପାନ ଚଢ଼ିବା ସେ ସହ୍ୟ କରିପାରି ନ ଥିଲେ । କେତେକ ଗୁଣ୍ଡାଙ୍କୁ ଧରି ଟୋନ୍ୟା ତାଙ୍କ ଉପରେ ଆକ୍ରମଣ କରିଥିଲେ । ଧରାପଡିବା ପରେ ତାଙ୍କୁ ଆଜୀବନ ବାସନ୍ଦ କରାଯାଇଥିଲା ।
ସନ୍ତରଣକାରୀ ର୍ୟାନ ଲୋଚଟେ: ଆମେରିକାର ଏହି ଷ୍ଟାର ସନ୍ତରଣକାରୀ ଅଲିମ୍ପିକ୍ସରେ ୬ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୩ ବ୍ରୋଞ୍ଜ ଜିତିଥିଲେ । ସଫଳତାର ମୋହ ତାଙ୍କୁ ଏତେ ଗ୍ରାସ କଲା ଯେ ସେ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ । ୨ ଥର ସସପେଣ୍ଡ ହେବା ପରେ ସେ ଆଉ ପୂର୍ବ ସଫଳତା ଦୋହରାଇ ପାରି ନ ଥିଲେ ।
ଟୁର ଡି ଫ୍ରାନ୍ସ ବିଜେତା ଆର୍ମଷ୍ଟ୍ରଙ୍ଗ: ଲାନ୍ସ ଆର୍ମଷ୍ଟ୍ରଙ୍ଗ ବିଶ୍ୱର ଶ୍ରେଷ୍ଠ ସାଇକ୍ଲିଷ୍ଟ ଭାବେ ପରିଚିତ । ୭ଥର ଟୁର ଡି ଫ୍ରାନ୍ସ ଜିତିଥିବା ଏହି ଆଥଲେଟ ଶେଷରେ ଶକ୍ତିବର୍ଦ୍ଧକ ଡ୍ରଗ୍ସ ସେବନ କରିଥିବା ପ୍ରମାଣ ମିଳିଥିଲା । ତାଙ୍କଠାରୁ ସମସ୍ତ ପଦବୀ ଛଡାଇ ନିଆ ଯାଇଥିଲା । ୨୦୧୨ରେ ଆଜୀବନ ବାସନ୍ଦ କରାଯାଇଥିଲା ।
ବକ୍ସର ମାଇକ ଟାଇସନ: ୮ ସେକେଣ୍ଡରେ ପ୍ରତିପକ୍ଷକୁ ନକଆଉଟ କରୁଥିବା ବକ୍ସର ମାଇକ ଟାଇସନ ଦୁର୍ଷର୍ମ ଅଭିଯୋଗରେ ଜେଲ ଯାଇଥିଲେ । ପିଲାବେଳୁ ଅପରାଧ ସହ ଜଡିତ ଥିବା ଟାଇସନ ୧୭ ବର୍ଷ ବୟସରେ ଅନେକଗୁଡିଏ କେସରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ବକ୍ସିଂ ତାଙ୍କ କ୍ୟାରିୟରକୁ ନୂତନ ରୂପ ଦେଇଥିଲା ମାତ୍ର ୧୮ ବର୍ଷୀୟା ଡିଜାଇର ୱାଶିଂଟନ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହା ପରେ ଜେଲ ଦଣ୍ଡାଦେଶଠାରୁ ଆରମ୍ଭ କରି ବଦନାମ ପର୍ଯ୍ୟନ୍ତ ସବୁ କିଛି ମୁଣ୍ଡାଇଥିଲେ ଟାଇସନ ।
ଡିଏଗୋ ମାରାଡୋନା: କ୍ରୀଡାରେ ସଫଳତା ଯୋଗୁ ଆର୍ଜେଂଟିନାର ଏହି ମହାନ ଫୁଟବଲ ଖେଳାଳି ଜୀବନରେ ସବୁ କିଛି ପାଇଥିଲେ । ମାତ୍ର ଡ୍ରଗ୍ସ ତାଙ୍କ ଜୀବନରେ କଳା ଅଧ୍ୟାୟ ହୋଇ ରହି ଯାଇଥିଲା । ଚନ୍ଦ୍ରମାରେ କଳଙ୍କ ପରି ଏହା ତାଙ୍କ ସହ ମରିବା ପର୍ଯ୍ୟନ୍ତ ରହିଲା । ଏମାନଙ୍କ ବ୍ୟତୀତ ଟାଇଗର ଉଡ୍ସ, ଶେନ ୱାର୍ଣ୍ଣେ ପରି ଅନେକ ଖେଳାଳି ସମ୍ମାନ ଏବଂ ଅର୍ଥକୁ ବୋଧ ହୁଏ ହଜମ କରିପାରି ନ ଥିଲେ । ସେମାନେ ମଧ୍ୟ ନିଶା, ଯୌନ ପିପାସା ଏବଂ ଅପରାଧ ସହ ଜଡିତ ହୋଇ ଯାଇଥିଲେ ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.