ପୁରୀ: ଅଲିମ୍ପିକରେ ପଦକ ଜିତି ସୁଶୀଲ କୁମାର ଭାରତକୁ ଯେତିକି ଗୌରବାନ୍ୱିତ କରିଥିଲେ, ଏବେ ସାଗର ହତ୍ୟା କାଣ୍ଡରେ ସମ୍ପୃକ୍ତ ହେବା ସହ ଜେଲ ଯାଇ ତାଠାରୁ ଅଧିକ ନାମ ତଳେ ପକାଇ ଦେଇଛନ୍ତି । କ୍ରୀଡାପ୍ରେମୀ ଭାରତବାସୀ ରେସଲର ସୁଶୀଲଙ୍କୁ ମୁଣ୍ଡରେ ବସାଇଥିଲେ । ସମ୍ମାନ, ଅର୍ଥ କିଛି ଅଭାବ ନ ଥିଲା । ଯୁବି ପିଢ଼ୀଙ୍କ ପାଇଁ ସେ ପ୍ରେରଣା ସାଜିଥିଲେ । ଏବେ କାରାଗାରରେ.. ସୁଶୀଲଙ୍କ ପରି ଅନେକ ଆନ୍ତର୍ଜାତୀୟ ଆଥଲେଟ ବିଭିନ୍ନ ଅପରାଧୀକ ମାମଲାରେ ଜଡିତ ହୋଇ ସ୍ୱର୍ଣ୍ଣିମ କ୍ୟାରିୟରକୁ ନଷ୍ଟ କରିଛନ୍ତି ।
ପାରା ଅଲିମ୍ପିଆନ ଓସ୍କାର ପିଷ୍ଟୋରିୟସ: ଦକ୍ଷିଣ ଆଫ୍ରିକାର ଓସ୍କାର ପିଷ୍ଟୋରିୟସ ପାରା ଅଲିମ୍ପିକ୍ସରେ ୬ ସ୍ୱର୍ଣ୍ଣ ଜିତି ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଥିଲେ । ଏହି ବ୍ଲେଡ ରନର ୨୦୧୩ ଭାଲେଂଟାଇନ୍ସ ଦିନ ଗାର୍ଲଫ୍ରେଣ୍ଡ ରୀଭା ଷ୍ଟିନକ୍ୟାମ୍ପଙ୍କୁ ହତ୍ୟା କରିଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ ସେ ଏବେ ୧୪ ବର୍ଷ ଜେଲ ଦଣ୍ଡାଦେଶ ଭୋଗୁଛନ୍ତି ।
ସ୍କେଟିଂ ଖେଳାଳି ଟୋନ୍ୟା ହାର୍ଡିଙ୍ଗ: ୩ ବର୍ଷ ବୟସରୁ ପୋର୍ଟଲାଣ୍ଡରେ ଜନ୍ମିତ ଟୋନ୍ୟା ହାର୍ଡିଙ୍ଗ ସ୍କେଟିଂ ଶିଖିବା ଆରମ୍ଭ କରିଥିଲେ । ୧୯୯୧ରେ ସ୍କେଟ ଆମେରିକାରେ ୩ଟି ରେକର୍ଡ ସୃଷ୍ଟି କରିଥିଲେ । ୧୯୯୪ ୟୁଏସ ଚାମ୍ପିୟନରେ ସ୍ୱର୍ଣ୍ଣ ଜିତିଥିଲେ । ତେବେ ତାଙ୍କ ପ୍ରତିଦ୍ୱନ୍ଦ୍ୱର ନେନ୍ସି କେର୍ଗିନଙ୍କ ସଫଳତାର ସୋପାନ ଚଢ଼ିବା ସେ ସହ୍ୟ କରିପାରି ନ ଥିଲେ । କେତେକ ଗୁଣ୍ଡାଙ୍କୁ ଧରି ଟୋନ୍ୟା ତାଙ୍କ ଉପରେ ଆକ୍ରମଣ କରିଥିଲେ । ଧରାପଡିବା ପରେ ତାଙ୍କୁ ଆଜୀବନ ବାସନ୍ଦ କରାଯାଇଥିଲା ।
ସନ୍ତରଣକାରୀ ର୍ୟାନ ଲୋଚଟେ: ଆମେରିକାର ଏହି ଷ୍ଟାର ସନ୍ତରଣକାରୀ ଅଲିମ୍ପିକ୍ସରେ ୬ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୩ ବ୍ରୋଞ୍ଜ ଜିତିଥିଲେ । ସଫଳତାର ମୋହ ତାଙ୍କୁ ଏତେ ଗ୍ରାସ କଲା ଯେ ସେ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ । ୨ ଥର ସସପେଣ୍ଡ ହେବା ପରେ ସେ ଆଉ ପୂର୍ବ ସଫଳତା ଦୋହରାଇ ପାରି ନ ଥିଲେ ।
ଟୁର ଡି ଫ୍ରାନ୍ସ ବିଜେତା ଆର୍ମଷ୍ଟ୍ରଙ୍ଗ: ଲାନ୍ସ ଆର୍ମଷ୍ଟ୍ରଙ୍ଗ ବିଶ୍ୱର ଶ୍ରେଷ୍ଠ ସାଇକ୍ଲିଷ୍ଟ ଭାବେ ପରିଚିତ । ୭ଥର ଟୁର ଡି ଫ୍ରାନ୍ସ ଜିତିଥିବା ଏହି ଆଥଲେଟ ଶେଷରେ ଶକ୍ତିବର୍ଦ୍ଧକ ଡ୍ରଗ୍ସ ସେବନ କରିଥିବା ପ୍ରମାଣ ମିଳିଥିଲା । ତାଙ୍କଠାରୁ ସମସ୍ତ ପଦବୀ ଛଡାଇ ନିଆ ଯାଇଥିଲା । ୨୦୧୨ରେ ଆଜୀବନ ବାସନ୍ଦ କରାଯାଇଥିଲା ।
ବକ୍ସର ମାଇକ ଟାଇସନ: ୮ ସେକେଣ୍ଡରେ ପ୍ରତିପକ୍ଷକୁ ନକଆଉଟ କରୁଥିବା ବକ୍ସର ମାଇକ ଟାଇସନ ଦୁର୍ଷର୍ମ ଅଭିଯୋଗରେ ଜେଲ ଯାଇଥିଲେ । ପିଲାବେଳୁ ଅପରାଧ ସହ ଜଡିତ ଥିବା ଟାଇସନ ୧୭ ବର୍ଷ ବୟସରେ ଅନେକଗୁଡିଏ କେସରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ବକ୍ସିଂ ତାଙ୍କ କ୍ୟାରିୟରକୁ ନୂତନ ରୂପ ଦେଇଥିଲା ମାତ୍ର ୧୮ ବର୍ଷୀୟା ଡିଜାଇର ୱାଶିଂଟନ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହା ପରେ ଜେଲ ଦଣ୍ଡାଦେଶଠାରୁ ଆରମ୍ଭ କରି ବଦନାମ ପର୍ଯ୍ୟନ୍ତ ସବୁ କିଛି ମୁଣ୍ଡାଇଥିଲେ ଟାଇସନ ।
ଡିଏଗୋ ମାରାଡୋନା: କ୍ରୀଡାରେ ସଫଳତା ଯୋଗୁ ଆର୍ଜେଂଟିନାର ଏହି ମହାନ ଫୁଟବଲ ଖେଳାଳି ଜୀବନରେ ସବୁ କିଛି ପାଇଥିଲେ । ମାତ୍ର ଡ୍ରଗ୍ସ ତାଙ୍କ ଜୀବନରେ କଳା ଅଧ୍ୟାୟ ହୋଇ ରହି ଯାଇଥିଲା । ଚନ୍ଦ୍ରମାରେ କଳଙ୍କ ପରି ଏହା ତାଙ୍କ ସହ ମରିବା ପର୍ଯ୍ୟନ୍ତ ରହିଲା । ଏମାନଙ୍କ ବ୍ୟତୀତ ଟାଇଗର ଉଡ୍ସ, ଶେନ ୱାର୍ଣ୍ଣେ ପରି ଅନେକ ଖେଳାଳି ସମ୍ମାନ ଏବଂ ଅର୍ଥକୁ ବୋଧ ହୁଏ ହଜମ କରିପାରି ନ ଥିଲେ । ସେମାନେ ମଧ୍ୟ ନିଶା, ଯୌନ ପିପାସା ଏବଂ ଅପରାଧ ସହ ଜଡିତ ହୋଇ ଯାଇଥିଲେ ।
BREAKING NEWS
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
- ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର
- ଲାଞ୍ଚ ନେଇ ବନ୍ଧା ହେଲେ ପଶୁଚିକିତ୍ସା କାର୍ଯ୍ୟାଳୟର କର୍ମୀ
- ମାଓ ସଂଗଠନ ପାଇଁ ଅଡିଓ ବାର୍ତ୍ତା ଜାରି କଲେ ଡିଜିପି; ସରେଣ୍ଡର ପାଇଁ ଏହି ଫୋନ୍ ନଂରେ ଯୋଗାଯୋଗ କରନ୍ତୁ…
- ମହିଳା ଚଳାଇବେ ଆମ ବସ୍, ଟ୍ରେନିଂ ପାଇଁ ଗଲେ ପୁଣେ
- କାଙ୍ଗାଳ ପାକିସ୍ତାନର ନିଚ୍ଛକ ସତ, ଇଜ୍ଜତ ବିକି ମାଗୁଛି କରଜ
- ପ୍ରଥମ ରାଷ୍ଟ୍ରପତି ଭାବେ ମା’ ବିରଜାଙ୍କୁ ଦର୍ଶନ କରିବେ ଦ୍ରୌପଦୀ ମୁର୍ମୁ
- ଅରିଜିତଙ୍କୁ ବଡ ଅନୁରୋଧ କଲେ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ
Comments are closed.