Latest Odisha News

BREAKING NEWS

କେନ୍ଦ୍ରକୁ ଫାଇଜର କହିଲା ଟିକା ୧୨ରୁ ଅଧିକ ବୟସ୍କ ଓ B.1.617 ଭାରିଆଣ୍ଟ ଉପରେ ପ୍ରଭାବୀ

ନୂଆଦିଲ୍ଲୀ: ଆମେରିକା କମ୍ପାନୀ ଫାଇଜର୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା ୧୨ରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ପ୍ରଭାବୀ ହେଉଛି । ସେହିପରି କରୋନାର ନୂଆ ଭାରିଆଣ୍ଟି B. ୧.୬୧୭ କୁ ବି ମାରିବ । ଏନେଇ କେନ୍ଦ୍ର ସରକାରଙ୍କୁ ଫାଇଜର୍ ଅବଗତ କରାଇଛି । ଏଥିସହ ଫାଇଜର ଟିକାକୁ ୨-୮ ଡିଗ୍ରୀ ସେଲସିୟସ ତାପମାତ୍ରାରେ ବି ସଂରକ୍ଷିତ କରି ରଖିହେବ ।

କେନ୍ଦ୍ର ସରକାର ଟିକା ଆମଦାନୀ କ୍ଷେତ୍ରରେ ଥିବା ବିଭିନ୍ନ ନିୟମ ଓ କ୍ଷତିପୂରଣରେ କୋହଳ କଲେ ଭାରତକୁ ଟିକା ଦେଇପାରିବ ବୋଲି କହିଛି ଫାଇଜର । ସବୁ କିଛି ଠିକଠାକ ରହିଲେ ଆସନ୍ତା ଜୁଲାଇରୁ ଅକ୍ଟୋବର ଭିତରେ ୫ କୋଟି ଡୋଜ୍ ଟିକା ତିଆରି କରିବ ବୋଲି କହିଛି ଫାଇଜର୍ । ଗତ କିଛି ଦିନ ହେବ ଉଭୟ ପକ୍ଷ ମଧ୍ୟରେ ବହୁବାର ଆଲୋଚନା ହୋଇଛି । ତୃତୀୟ ଲହରି ପୂର୍ବରୁ ଚୁଡାନ୍ତ ନିଷ୍ପତ୍ତି ହୋଇପାରେ ।
ଆମେରିକା ସମେତ ବିଭିନ୍ନ ୟୁରୋପୀୟ ଦେଶ ଫାଇଜର ଟିକାକୁ ବ୍ୟବହାର କରୁଛନ୍ତି । ଯାହାକି ସୁରକ୍ଷିତ ଓ କରୋନା ବିରୋଧରେ ୯୫ ପ୍ରତିଶତ ପ୍ରଭାବୀ ବୋଲି ଦାବି କରୁଛି ଫାଇଜର୍ । ବାୟୋ ଏନଟେକ୍ ସହ ମିଶି କରୋନା ଟିକା ବିକଶିତ କରିଛି ଫାଇଜର୍ । ଏବେ ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ଦିଆଯାଉଛି । ରୁଷ୍ ଟିକା ସ୍ଫୁଟନିକ୍-ଭି ଆସି ପହଞ୍ଚିଛି ।

Leave A Reply

Your email address will not be published.