Latest Odisha News

BREAKING NEWS

କ୍ରିକେଟ ଅଷ୍ଟ୍ରେଲିଆରୁ ମିଳିଲା ଅନୁମିତି, ଏଥର ଆଇପିଏଲରେ ଖେଳିବେ ଷ୍ଟାର୍କ

ସିଡନୀ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଏଥର ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଆଶ୍ୱସ୍ତି ମିଳିଛି । ଦଳର ଷ୍ଟାର ଖେଳାଳି ମିଚେଲ ଷ୍ଟାର୍କଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ଆଇପିଏଲରେ ଖେଳିବା ପାଇଁ ଅନୁମତି ପ୍ରଦାନ କରିଛି । ଯେତେଦୂର ସମ୍ଭବ ସେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଖେଳି ପାରନ୍ତି । କହୁଣୀ ଏବଂ ଆଘାତ ସମସ୍ୟା ଯୋଗୁ ମିଚେଲ ଗତ ଜାନୁୟାରୀରୁ କୌଣସି ମ୍ୟାଚ ଖେଳି ନାହାନ୍ତି । ଗତ ସଂସ୍କରଣରେ ଷ୍ଟାର୍କ ଦିଲ୍ଲୀ ପକ୍ଷରୁ ଖେଳି ୧୧ ମ୍ୟାଚରୁ ୧୪ ୱିକେଟ ଅକ୍ତିଆର କରିଥିଲେ ।

ଦିଲ୍ଲୀ ଚଳିତ ସଂସ୍କରଣରେ ୬ ମ୍ୟାଚରୁ ୬ ପଂଏଟ ହାସଲ କରି ୫ମ ସ୍ଥାନରେ ରହିଛି । ସେହିପରି ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କୁମିନ୍ସ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିବେ । ଅନ୍ୟ ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟରେ ଜୋଶ ହାଜେଲଉଡ ଇତି ମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଟିମ ସହିତ ଯୋଗ ଦେଇ ଖେଳିବା ଆରମ୍ଭ କରିଛନ୍ତି । ଷ୍ଟାର୍କ ଖୁବ ଶୀଘ୍ର ଦିଲ୍ଲୀ ଟିମ ସହିତ ଯୋଗ ଦେବେ ।

Leave A Reply

Your email address will not be published.