Latest Odisha News

BREAKING NEWS

‘ମୋ କଲେଜ’ ଅଭିଯାନ ପକ୍ଷରୁ ‘ମିଟ୍‌ ଆୱାର ଷ୍ଟାର୍ଟଅପ୍‌ ହିରୋଜ୍‌’ କାର୍ଯ୍ୟକ୍ରମ

ଭୁବନେଶ୍ଵର: ଛାତ୍ରଛାତ୍ରୀଙ୍କୁ ଷ୍ଟାର୍ଟଅପ୍‌ ସହ ଯୋଡ଼ିବା ପାଇଁ ନୂଆ ପ୍ରୟାସ । ମୋ କଲେଜ ଅଭିଯାନ ପକ୍ଷରୁ ‘ମିଟ୍‌ ଆୱାର ଷ୍ଟାର୍ଟଅପ୍‌ ହିରୋଜ୍‌’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହାର ଶୁଭାରମ୍ଭ କରିଛନ୍ତି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ । ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଷ୍ଟାର୍ଟଅପ୍ ଦୁନିଆ ସହ ଯୋଡ଼ି ସେମାନଙ୍କ ମନରେ ଉଦ୍ୟୋଗୀ ମନୋଭାବ ବଢ଼ାଇବା ‘ମିଟ୍ ଆଓ୍ଵାର ଷ୍ଟାର୍ଟଅପ୍ ହିରୋଜ୍’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।ସୁବ୍ରତ ବାଗଚୀ
ସୁବ୍ରତ ବାଗ୍‌ଚୀ କହିଥିଲେ, ସମସ୍ତଙ୍କ ମନ ଭିତରେ ଉଦ୍ୟୋଗୀ ମନୋଭାବ ରହିବା ଦରକାର । ଜଣେ ଉଦ୍ୟୋଗୀ ହିଁ ଗୋଟିଏ ସଂସ୍ଥା ବା ଗୋଟିଏ ଅନୁଷ୍ଠାନକୁ ତିଆରି କରିଥାଏ । ଓଡ଼ିଶାକୁ ଷ୍ଟାର୍ଟଅପ୍ କ୍ଷେତ୍ରରେ ନୂଆ ପରିଚୟ ଦେବାପାଇଁ ଆମମାନଙ୍କୁ ଉଦ୍ୟୋଗ ପଛର ଉଦ୍ୟୋଗୀଟିଏ ହେବାକୁ ପଡ଼ିବ ବୋଲି ସୁବ୍ରତ ବାଗଚୀ କହିଥିଲେ ।ଆକାଶ ଦାସ ନାୟକ
‘ମୋ କଲେଜ’ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ କହିଥିଲେ, ଆମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆଖିରେ ଅନେକ ସ୍ୱପ୍ନ ରହିଛି। ସେମାନେ ସବୁ କ୍ଷେତ୍ରରେ ଦକ୍ଷ ଓ ସମର୍ଥ। ସେମାନଙ୍କୁ କେବଳ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ସେମାନଙ୍କ ସ୍ୱପ୍ନ, ପ୍ରତିଭାକୁ ସଫଳ ରୂପ ଦେବାକୁ ‘ମୋ କଲେଜ’ଅଭିଯାନ ପକ୍ଷରୁ ‘ମିଟ୍ ଆୱାର ଷ୍ଟାର୍ଟଅପ୍ ହିରୋଜ୍’ର ପରିକଳ୍ପନା କରାଯାଇଛି ।

ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ‘ନେଷ୍ଟଏଓ୍ଵେ’ର ସିଇଓ ଶଅମରେନ୍ଦ୍ର ସାହୁ ଏଥିରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ନିଜ ଷ୍ଟାର୍ଟଅପ୍ ଯାତ୍ରା ବିଷୟରେ କହିଥିଲେ । ସେ କହିଥିଲେ, କୌଣସି ଗୋଟିଏ ନୂଆ କାମ ଆରମ୍ଭ କରିବା ପାଇଁ ମନରେ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକ ରହିଛି ।

ନୂଆ ଆରମ୍ଭକୁ ଅତୀତ କେବେ ବି ପ୍ରଭାବିତ କରିପାରିବନି । କ୍ୟାରିୟର ଶେଷ ୬ ମାସ ଏବଂ ଆଗାମୀ ୬ ମାସକୁ ଲକ୍ଷ୍ୟ ରଖି ନିଜକୁ ପ୍ରସ୍ତୁତ ରଖିବାକୁ ପଡ଼ିବ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ଅମରେନ୍ଦ୍ର ସାହୁ ।

‘ମିଟ୍ ଆୱାର ଷ୍ଟାର୍ଟଅପ୍ ହିରୋଜ୍’ର ପ୍ରଥମ ଓ୍ଵେବିନାରରେ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ବହୁ ଛାତ୍ରଛାତ୍ରୀ ସାମିଲ ହୋଇ ଷ୍ଟାର୍ଟଅପ୍‌କୁ ନେଇ ସେମାନଙ୍କ ମନରେ ଥିବା ଅନେକ ପ୍ରଶ୍ନର ଉତ୍ତର ପାଇଥିଲେ । ଆଗାମୀ ଦିନରେ ଆହୁରି ଅଧିକ ଯୁବପିଢ଼ି ଏଥିରେ ସାମିଲ ହେବେ ବୋଲି ଆଶା କରାଯାଇଛି ।

Leave A Reply

Your email address will not be published.