Latest Odisha News

ସ୍ଥଗିତ ରହିଲା ରାଜ୍ୟ ବିଜେପି ସଭାପତି ନିର୍ବାଚନ

ଭୁବନେଶ୍ୱର: ସ୍ଥଗିତ ରହିଲା ରାଜ୍ୟ ବିଜେପି ସଭାପତି ନିର୍ବାଚନ। ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ମଧ୍ୟ ସ୍ଥଗିତ। ଏନେଇ ସୂଚନା ଦେଲେ ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ। ପୁରୀରେ ଘଟିଥିବା ଅଘଟଣା ପାଇଁ ସଭାପତି ନିର୍ବାଚନ ସ୍ଥଗିତ ରହିଛି।

ପ୍ରତାପ ଷଡଙ୍ଗୀ କହିଛନ୍ତି, ପୁରୀରେ ଘଟିଥିବା ଦୁର୍ଘଟଣା ପାଇଁ ଆମେ ମର୍ମାହତ। ତେଣୁ ରାଜ୍ୟ ବିଜେପି ନିର୍ବାଚନ ସ୍ଥଗିତ ରଖୁଛୁ। ‘ଏହାସହ ସମସ୍ତ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଉଛି। କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା ପରେ ପୁଣି ଥରେ ନିର୍ବାଚନ ତାରିଖ ନିର୍ଦ୍ଧାରଣ ହେବ ବୋଲି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।

ଏହାପୂର୍ବରୁ ବିଜେପି ସଭାପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଥିଲେ। ଆସନ୍ତାକାଲି ନାମାଙ୍କନ ଦାଖଲ କରାଯିବାର ଥିଲା। ଜୁଲାଇ ୧ ତାରିଖ ୧୦ରୁ ୧୨ଟା ମଧ୍ୟରେ ମତଦାନ ହୋଇଥାନ୍ତା। ୧ ତାରିଖ ଅପରାହ୍ଣ ୧୨ଟା ୩୦ରେ ଫଳାଫଳ ପ୍ରକାଶ କରାଯିବ ବୋଲି ବିଜ୍ଞପ୍ତି ଜାରି ହୋଇଥିଲା। ଏବେ ନିର୍ବାଚନକୁ ଦଳ ପକ୍ଷରୁ ସ୍ଥଗିତ କରାଯାଇଛି।

Comments are closed.