Latest Odisha News

BREAKING NEWS

Nuapada by Election: ଆମେ ବହୁବାର ହାରିଛୁ,ଅନ୍ୟକୁ ଦୋଷ ନଦେଇ ଆତ୍ମସମୀକ୍ଷା କରନ୍ତୁ ବିରୋଧୀ: ମନମୋହନ

ଭୁବନେଶ୍ବର: ନୂଆପଡାରେ ବିଜେପିର ବମ୍ପର ବିଜୟ । ନୂଆପଡ଼ାବାସୀ ଜୟଙ୍କୁ ବମ୍ପର ଭୋଟ୍ ଦେଇ ଜୟଯୁକ୍ତ କରାଇଛନ୍ତି। ଏପଟେ ନୂଆପଡ଼ାବାସୀ ପରିବର୍ତ୍ତନ ଚାହୁଁଥିଲେ। ତାର ପ୍ରତିଫଳନ ଭୋଟରେ ଦେଖିବାକୁ ମିଳିଛି। ନୂଆପଡ଼ାର ବିଭିନ୍ନ ସମସ୍ୟାର ସମାଧାନ ଲାଗି ଲୋକେ ବିଜେପି ଉପରେ ଭରସା କରିଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କଂଗ୍ରେସର ଆରୋପ ନେଇ ମଧ୍ୟ ରଖିଲେ ପ୍ରତିକ୍ରିୟା । ସେ କହିଛନ୍ତି ଯେ, ଆମେ କେତେ ଥର ହାରିଛୁ। ଅନ୍ୟକୁ ଦୋଷ ନ ଦେଇ ବିରୋଧୀ ପରାଜୟର ଆତ୍ମସମୀକ୍ଷା କରନ୍ତୁ।

ସୂଚନାଥାଉକି, ନୂଆପଡ଼ା ଉପନିର୍ବାଚନରେ ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ସେ କହିଛନ୍ତି ଯେ,ଭୋଟର ଟଙ୍କାରେ କିଣି ହୋଇଗଲେ, ମାଟି ପୁଅକୁ ଚିହ୍ନିଲେନି ।

ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆଙ୍କ ବଡ଼ ବିଜୟ ହୋଇଛି । ୮୩ ହଜାର ୭୪୮ ଭୋଟ୍‌ରେ ଜିତିଲେ ଜୟ ଢୋଲକିଆ । କଂଗ୍ରେସର ଘାସିରାମ ମାଝୀଙ୍କୁ ହରାଇଲେ ବିଜେପିର ଜୟ ଢୋଲକିଆ । ତୃତୀୟ ସ୍ଥାନରେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ରହିଛନ୍ତି ।

 

Comments are closed.