ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ। ପ୍ରଥମ ପ୍ରସ୍ତାବ ଭାବେ ରାଜ୍ୟରେ ଏଆଇ ମିସନ୍ ଓ ଏଆଇ ସେଲ ଲାଗୁ ହେବ। ଜୋରନ୍ଦାରେ ମହିମା ଗାଦି ନିର୍ମାଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ୧୭୧ କୋଟି ଟଙ୍କାର ଟେଣ୍ଡରକୁ ମଞ୍ଜୁରୀ ଦେଇଛନ୍ତି। ୩୬ ମାସ ମଧ୍ୟ ରେ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦିଆଯାଇଛି ।
ରାଜ୍ୟରେ AI କୁ ସମ୍ପୂର୍ଣ୍ଣ ପ୍ରୋତ୍ସାହନ ଦିଆଯିବ। କ୍ୟାବିନେଟରେ AI ନୀତିକୁ ଅନୁମୋଦନ କରାଯାଇଛି । AI କ୍ଷେତ୍ରରେ ଷ୍ଟାଟଅପକୁ ପ୍ରୋତ୍ସାହନ ଦିଆଯିବ। ମଜବୁତ ହେବ ଓଡ଼ିଶା ଚକ୍ଷୁ ଚିକିତ୍ସା ସେବା, ଏଥିରେ ଅଧିକ ନିଯୁକ୍ତି ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଜଗତସିଂହପୁର ରେ ଥିବା JSW ନିର୍ମାଣ କରିବ ନିଜସ୍ୱ ଜେଟି। ଏଥିପାଇଁ ରାଜ୍ୟ ସରକାର ଓ JSW ମଧ୍ୟରେ ଚୁକ୍ତିନାମାକୁ ଅନୁମୋଦନ କଲା କ୍ୟାବିନେଟ। ଏହା ଦ୍ବାରା ୩୪୫୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ମିଳିବ ।
Comments are closed.