Latest Odisha News

BREAKING NEWS

ରାଜ୍ୟ କ୍ୟାବିନେଟ୍ ବୈଠକ: ୧.୫୧ଲକ୍ଷ କୋଟି ପୂର୍ଣ୍ଣାଙ୍ଗ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଲୋକସେବା ଭବନ ପରିଷଦରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ୨୦୨୦-୨୧ ଆର୍ଥକ ବର୍ଷ ନିମନ୍ତେ ବିଧାନ ସଭାରେ ଆଗତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ ଚିଠା ପ୍ରସ୍ତାବକୁ ନେଇ ଅନୁମୋଦନ ମିଳିଛି ।

ଏହି ସମୟରେ ୨୦୨୦-୨୧ ଆର୍ôଥକ ବର୍ଷରେ କେଉଁ ବିଭାଗ ପାଇଁ କେତେ ଟଙ୍କା ବ୍ୟୟବରାଦ କରାଯିବ, କେଉଁ ଦିଗ ଉପରେ ଗୁରୁତ୍ୱ ଦିଆଯିବ ଏବଂ କେଉଁ ବିଭାଗର ଖର୍ଚ୍ଚ କାଟ୍ କରାଯିବ ସେ ସବୁ ସମ୍ବନ୍ଧରେ ଆଜି ବିସ୍ତୃତ ଆଲୋଚନା ହୋଇଥିଲା ।

ମିଳିଥିବା ସୂଚନାନୁଯାୟୀ, ୨୦୧୯-୨୯ ଆର୍ôଥକ ବର୍ଷରେ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ୍ ୧.୩୯ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ଚଳିତବର୍ଷ ବଜେଟର ଆକାର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେବେ ୨୦୨୦-୨୧ ଆର୍ôଥକ ବର୍ଷରେ ବଜେଟର ପରିମାଣ ୧.୫୧ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଆସନ୍ତା ୧୪ତାରିଖରେ ବିଧାନ ସଭାରେ ବଜେଟ ଅଧିବେସନ ଆରମ୍ଭ ହେବାକୁ ଯାଉଛି । ଫ୍ରେବୃଆରୀ ୧୮ତାରିଖରେ ଆସନ୍ତା ଆର୍ôଥକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଅର୍ଥମନ୍ତ୍ରୀ ଗୃହରେ ଆଗତ କରାଇବେ ।

ଚଳିତ ଆର୍ôଥକ ବର୍ଷ ତୁଳନାରେ ଏଥର କେନ୍ଦ୍ରୀୟ ଅନୁଦାନ ଯଥେଷ୍ଟ ହ୍ରାସ ପାଇଛି । ବିଶେଷକରି ମନେରେଗା, ପଞ୍ଚଦଶ ଅର୍ଥକମିଶନ, ପାନୀୟ ଜଳ ପ୍ରକଳ୍ପ ଓ ରେଳ ବଜେଟରେ କେନ୍ଦ୍ରୀୟ ଅନୁଦାନର ହାର ଯଥେଷ୍ଟ କମିଯାଇଥିବାରୁ ବଜେଟ ପ୍ରସ୍ତୁତି ରାଜ୍ୟ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ରହିବ । ମୋ ସରକାର ଓ ୫-ଟି କାର୍ଯ୍ୟକ୍ଷମ ହେବାପରେ ରାଜ୍ୟ ସରକାର ସର୍ବାଧିକ ଭିତ୍ତିଭୂମିର ବିକାଶ ଓ ସାମାଜିକ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି । ଏଭଳି ସ୍ଥିତିରେ କେଉଁ ବିଭାଗକୁ କେତେ ମିଳିବ ଓ ବଜେଟର ରୂପରେଖ କ’ଣ ରହିବା ତାହା ଆସନ୍ତେ ୧୮ତାରିଖରେ ବିଧାନସଭାରେ ବଜେଟ ଆଗତ ହେବା ପରେ ସ୍ପଷ୍ଟ ହେବ ।

ଲୋକସେବା ଭବନ ପରିଷଦରେ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.