Latest Odisha News

BREAKING NEWS

ଏପ୍ରିଲରେ ‘ଜେଇଇ ମେନ-୨୦୨୦’ ପରୀକ୍ଷା: ଆରମ୍ଭ ହେଲା ଅନଲାଇନ୍ ରେଜିଷ୍ଟ୍ରେସନ୍‌

ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍ ମାସରେ ଆରମ୍ଭ ହେଉଛି ‘ଜେଇଇ ମେନ-୨୦୨୦’ ପରୀକ୍ଷା । ଅନ୍‌ଲାଇନ୍ ପଞ୍ଜିକରଣ ପ୍ରକ୍ର୍ରିୟା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ।

ଛାତ୍ରଛାତ୍ରୀମାନେ ମାର୍ଚ୍ଚ୭ ସୁଦ୍ଧା ଆବେଦନ କରିପାରିବେ । ତେବେ ୨୦୧୮ ଏବଂ ୨୦୧୯ରେ ଯୁକ୍ତଦୁଇ ବିଜ୍ଞାନ ପାସ୍ କରିଥିବା ଛାତ୍ରଛାତ୍ରୀମାନେ କେବଳ ଏହି ପରୀକ୍ଷା ଲାଗି ଆବେଦନ କରିପାରିବେ ।

ଆବେଦନ ଲାଗି ସାଧାରଣବର୍ଗ ଏବଂ ଓବିସି ବର୍ଗର ପ୍ରାର୍ଥୀମାନେ ଫର୍ମ ପୂରଣ ବାରଦରେ ୫୦୦ଟଙ୍କା ଏବଂ ସଂରକ୍ଷଣ ବର୍ଗ ଏବଂ ମହିଳାପ୍ରାର୍ଥୀମାନେ ୨୫୦ ଟଙ୍କା ଦାଖଲ କରିବେ । ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ମାର୍ଚ୍ଚ ୧୬ତାରିଖରେ ଆବେଦନକାରୀଙ୍କୁ ଅନ୍‌ଲାଇନ୍ ମାଧ୍ୟମରେ ଆଡମିଟ୍ କାର୍ଡ ପ୍ରଦାନ କରାଯିବ । ଏପ୍ରିଲ ୫ତାରିଖ ସମେତ ୭, ୮, ୯ ଏବଂ ୧୧ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।

ଏଠାରେ ସୂଚନାଯୋଗ୍ୟ, ଏପ୍ରିଲ ୩୦ରେ ‘ଜେଇଇ ମେନ-୨୦୨୦’ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇବ ।

Leave A Reply

Your email address will not be published.