Latest Odisha News

BREAKING NEWS

ଗୋଟିଏ ଆକ୍ଟରେ ସବୁ ବିଶ୍ୱ ବିଦ୍ୟାଳୟ, କୂଳପତିଙ୍କ କାର୍ଯ୍ୟକାଳ ୪ବର୍ଷକୁ ବୃଦ୍ଧି

ଭୁବନେଶ୍ୱର: ଏଣିକି ଗୋଟିଏ ଆଇନ୍‌ରେ ପରିଚାଳିତ ହେବ ଓଡ଼ିଶାର ସବୁ ବିଶ୍ୱବିଦ୍ୟାଳୟ । ଏନେଇ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । କ୍ୟାବିନେଟରେ ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ରେ ପରିବର୍ତ୍ତନ ହୋଇଛି । ସମସ୍ତ ୟୁନିଭର୍ସିଟିର ପରିଚାଳନା ଗୋଟିଏ ଆକ୍ଟ ଅଧିନରେ ରହିବ । ଏହାସହ ରେଭେନ୍ସା ୟୁନିଭର୍ସିଟି ଆକ୍ଟ ୨୦୦୫ ରଦ୍ଦ ହେଲା । ବିଶ୍ୱବିଦ୍ୟାଳୟରେ ସିନେଟ୍ ବ୍ୟବସ୍ଥା ହଟେଇ ଦିଆଯାଇଛି । ସିନେଟ ବଦଳରେ ଏଣିକି ସିଣ୍ଡିକେଟ ବିଶ୍ୱବିଦ୍ୟାଳୟ ଦାୟିତ୍ୱରେ ରହିବ । ସିଣ୍ଡିକେଟରେ ଉଭୟ ଚାନସେଲର ଓ ସରକାରଙ୍କ ପ୍ରତିନିଧି ରହିବେ ।

ସେହିପରି ଭିସିଙ୍କ କାର୍ଯ୍ୟକାଳ ୩ବର୍ଷରୁ ୪ବର୍ଷକୁ ବୃଦ୍ଧି କରାଯାଇଛି । ଭିସିଙ୍କ ଅବସର ବୟସ ୬୫ବର୍ଷ ବଦଳରେ ୬୭ବର୍ଷ କରାଯାଇଛି । ଭିସି ଚୟନ ପାଇଁ କମିଟିରେ ସରକାରଙ୍କ ପ୍ରତିନିଧି ଭାବେ ଜଣେ ରହିବେ । ଗୋଟିଏ ବିଶ୍ୱବିଦ୍ୟାଳୟରେ ୨ଥର ଭିସି ଦାୟିତ୍ୱ ନିର୍ବାହ କରିପାରିବେନହିଁ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.