Latest Odisha News

BREAKING NEWS

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର; ଆସନ୍ତାକାଲି ରାଜଧାନୀସ୍ଥିତ ସଚିବାଳୟଠାରେ ସନ୍ଧ୍ୟା ୫ଟା ୪୫ରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ ।

ନିୟମ ଅନୁଯାୟୀ, ଏହି ବୈଠକରେ ଚତୁର୍ଥଥର ଲାଗି ସରକାର ଗଠନ କରିଥିବା ବିଜେଡ଼ି ସରକାରର ସମାପ୍ତି ଘୋଷଣା କରାଯାଇପାରେ ବୋଲି ଆଶା କରାଯାଉଛି ।

ଏହା ବ୍ୟତୀତ, କ୍ୟାବିନେଟର ଏହି ଅନ୍ତିମ ବୈଠକରେ ରାଜସ୍ୱ ଓ ଦୁର୍ବିପାକ ପ୍ରଶମନ ବିଭାଗ ପକ୍ଷରୁ କିଛି ପ୍ରସ୍ତାବ ଗ୍ରହଣ କରିପାରେ ବୋଲି ମଧ୍ୟ ଆଶା କରାଯାଉଛି, କାରଣ ଏବେ ବାତ୍ୟା ପ୍ରପୀଡ଼ିତ ଜିଲ୍ଲାଗୁଡ଼ିକର ବିଭିନ୍ନ ଅଞ୍ଚଳମାନଙ୍କରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ଗତିରେ ଆଗେଇ ଚାଲିଛି ।

Leave A Reply

Your email address will not be published.