ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଥିବା କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଆସନ୍ତାକାଲି ସକାଳ ୧୦.୪୫ ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏଥିନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
କରୋନା ସଂକ୍ରମଣ ପାଇଁ ଦେଶବ୍ୟାପୀ ଲକ୍-ଡାଉନ୍ ଜାରି ହୋଇଥିବାରୁ ପ୍ରଥମଥର ପାଇଁ ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ ।
ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ମାସ ମଧ୍ୟଭାଗରେ ଓଡିଶାରେ ପ୍ରଥମ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ କ୍ୟାବିନେଟ୍ ବୈଠକ ହୋଇନଥିଲା । ଆସନ୍ତାକାଲିର ବୈଠକରେ ରାଜ୍ୟରେ ବର୍ତ୍ତମାନର କରୋନା ସଂକ୍ରମଣ ସ୍ଥିତି ଏବଂ ଲକ୍ଡାଉନ୍ ସମ୍ପର୍କରେ ଆଲୋଚନା ହେବାକୁ ଥିବା ଜଣାପଡିଛି ।
Comments are closed.