Latest Odisha News

BREAKING NEWS

୨୭ରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି

ଯାଜପୁର: ନାରୀ ନିର୍ଯାତନାକୁ ରୋକିବା ପାଇଁ କଂଗ୍ରେସ ପକ୍ଷରୁ ବିଧାନସଭାକୁ ଘେରାଉ କରାଯିବ। ନାରୀ ନିର୍ଯାତନା ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଠୋସ ପଦକ୍ଷେପ ଗ୍ରହଣ କରା ନଯିବା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିବ। ଏଭଳି କିଛି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।

ରାଜ୍ୟ ଓ କେନ୍ଦ୍ରରେ ଏବେ ଡବଲ ଇଂଜିନ ସରକାର ଚାଲିଛି। କିନ୍ତୁ ରାଜ୍ୟରେ ନାରୀ ନିର୍ଯାତନାର ବେଗ ମଧ୍ୟ ଡବଲ ବେଗରେ ଗତି କରୁଛି। ପ୍ରତିଦିନ ନାରୀ ନିର୍ଯାତନା ଘଟଣା ସାମ୍ନାକୁ ଆସୁଛି। ଏଭଳି ଘଟଣା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଏହାର ନିରାକରଣ କରିବା ପାଇଁ ସରକାରଙ୍କ ପାଖରେ କୌଣସି ପ୍ରକାର ମେକାନିଜିମ ନାହିଁ। ଏହି ନାରୀ ନିର୍ଯାତନା ରୋକିବା ପାଇଁ ଗୃହର ଏକ କମିଟି ଗଠନ କରି ସରଜମିନ ତଦନ୍ତ କରିବାକୁ କଂଗ୍ରେସ ଦାବି କରିଆସୁଛି।

ବାରମ୍ବାର କଂଗ୍ରେସର ଦାବିକୁ ସରକାର ଅଗ୍ରାହ୍ୟ କରିବା ପ୍ରତିବାଦରେ ଆସନ୍ତା ୨୭ ତାରିଖ ରାଜ୍ୟ କଂଗ୍ରେସ ପକ୍ଷରୁ ବିଧାନସଭା ଘେରଉ କରାଯିବାକୁ ନିଷ୍ପତ୍ତି ହୋଇଛି। ତେଣୁ ରାଜ୍ୟର ମହିଳାଙ୍କ ସୁରକ୍ଷା ପାଇଁ ହେଉଥିବା ଆନ୍ଦୋଳନରେ ସମସ୍ତେ ସାମିଲ ହେବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ନିବେଦନ କରିଛନ୍ତି।

ଭକ୍ତ ଚରଣ ଦାସ ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଟାର୍ଗେଟ କରିବା ସହ ନାରୀ ନିର୍ଯାତନା ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଠୋସ ପଦକ୍ଷେପ ଗ୍ରହଣ କରା ନଯିବା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଛନ୍ତି। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସହିତ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁ ଯାଜପୁର ଜିଲ୍ଲାକୁ ପ୍ରଥମଥର ଆସିଥିଲେ।

 

Comments are closed.