Latest Odisha News

BREAKING NEWS

ନୂଆ ପିସିସି ସଭାପତି କର୍ମୀଙ୍କ କାନରେ ଫୁଙ୍କିଲେ ଶାସନକୁ ଫେରିବାର ମନ୍ତ୍ର

ଦଳକୁ ପୁଣି ଏକଜୁଟ କରିବାକୁ ଦେଲେ ଆହ୍ବାନ

ଭୁବନେଶ୍ବର: ନୂଆ ପିସିସି ସଭାପତିଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । କଂଗ୍ରେସର ବରିଷ୍ଠ ନେତା ଏବଂ କାର୍ଯ୍ୟକର୍ତ୍ତାମାନେ ଶ୍ରୀ ପଟ୍ଟନାୟକଙ୍କୁ ବିମାନବନ୍ଦରରୁ ସ୍ବାଗତ କରି କଂଗ୍ରେସ ଭବନ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ ।  ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ ଆଜି କଂଗ୍ରେସ ଭବନରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।  ଦାୟିତ୍ୱ ଗ୍ରହଣ କରିବା ପରେ ଶରତ ପଟ୍ଟନାୟକ ହୋଇଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ୩୬ତମ ସଭାପତି ।

ଏହି ଅବସରରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଶରତ ପଟ୍ଟନାୟକ । ଓଡ଼ିଶା ରେ ୧୬ ଲକ୍ଷ୍ୟ ଲୋକ ଖାଇବା ପାଇଁ ପାଉନାହାନ୍ତି , ଏହା ହେଉଛି ବିଜେଡିର ୨୨ ବର୍ଷର ଶାସନ। ବିଜେଡି ସରକାର ସମୟରେ ରାଜ୍ୟ ତଳିତଳାନ୍ତି ହୋଇଥିବା କହିଛନ୍ତି ଶତର ପଟ୍ଟନାୟକ ।  କଂଗ୍ରେସ ଭବନରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଗୋଷ୍ଠୀ କନ୍ଦଳରେ ଲିପ୍ତ ନରହି ଦଳକୁ ମଜବୁତ କରିବାକୁ ଏକାଠି କାମ କରିବାକୁ ଆହ୍ୱାନ ଦେଇଛନ୍ତି ନୂଆ ପିସିସି ସଭାପତି । ମୁଁ କଂଗ୍ରେସ ଦଳର ଏକ ଶୃଙ୍ଖଳିତ କର୍ମୀ, ୨୨ ବର୍ଷ ଧରି ଆମର ଯେଉଁ କଂଗ୍ରେସ କର୍ମୀ ମାନେ ଗାଆଁ ରେ ଅଛନ୍ତି, ତାଙ୍କୁ ମୋର ପ୍ରତିଶ୍ରୁତି, ୨୦୨୪ ରେ କଂଗ୍ରେସ ସରକାର କୁ ଫେରିବ। ଆଜି ୯ ବିଧାୟକ ଅଛନ୍ତି ସତ କିନ୍ତୁ ୨୦୨୪ ରେ ୯୦ ବିଧାୟକ ହେବେ ଓ କଂଗ୍ରେସ ସରକାର କରିବ, ମୋର ଦୃଢ ବିଶ୍ବାସ । ବିଶେଷ କରି ୨୦୨୪ ନିର୍ବାଚନକୁ ଫୋକସ କରିବାକୁ ମତ ପ୍ରକାଶ ପାଇଛି ।

ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇ ଶରତ କହିଛନ୍ତି ଆଗକୁ ସାରା ରାଜ୍ୟରେ ପଦଯାତ୍ରା ଅନୁଷ୍ଠିତ ହେବ । କଂଗ୍ରେସକୁ ଅଧିକ କ୍ରିୟାଶୀଳ କରାଯିବ । ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଫେରିବା ନେଇ ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି ।

Comments are closed.