Latest Odisha News

BREAKING NEWS

କେଆଇୱାଇଜି: ଓଡିଶା ମହିଳା ହକିକୁ ରୌପ୍ୟ, ପୁରୁଷକୁ ବ୍ରୋଞ୍ଜ

ପଂଚକୁଲା: ଚଳିତ ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶା ବାଳିକା ହକି ଦଳ ରୌପ୍ୟ ପଦକ ହାସଲ କରିଥିବା ବେଳେ ବାଳକ ଟିମ ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ଫାଇନାଲରେ ବାଳିକା ଟିମ ହରିୟାଣାଠାରୁ ୧-୪ ଗୋଲରେ ପରାସ୍ତ ହୋଇଥିଲା । ସେହିପରି ବ୍ରୋଞ୍ଜ ପଦକ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ବାଳକ ଦଳ ୮-୦ ଗୋଲରେ ଝାଡଖଣ୍ଡକୁ ପରାସ୍ତ କରିଥିଲା । ଲିଗ ପର୍ଯ୍ୟାୟରେ ଓଡିଶା ୦-୧ରେ ଝାଡଖଣ୍ଡଠାରୁ ହାରିଥିଲା । ସେହିପରି ସେମିରେ ଦଳ ୟୁପିଠାରୁ ୨-୩ରେ ପରାଜିତ ହୋଇଥିଲା । ଓଭରାଲ ବାଳକଙ୍କ ତୁଳନାରେ ବାଳିକା ଟିମ ଭଲ ପ୍ରଦର୍ଶନ କରିଥିଲେ ।

ସେହିପରି ଖୋ ଖୋରେ ଓଡିଶା ଉଭୟ ବିଭାଗରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ବାଳକ ବିଭାଗରେ ଆନ୍ଧ୍ରପ୍ରଦେଶକୁ ୧୬-୧୪ରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ବାଳିକା ଟିମ ମଧ୍ୟ ପଶ୍ଚିମବଙ୍ଗକୁ ୫ ପଂଏଟ ବ୍ୟବଧାନରେ ପରାଜିତ କରିଛି ।

Leave A Reply

Your email address will not be published.