Latest Odisha News

BREAKING NEWS

ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିପାରିବେନି ସ୍ବାସ୍ଥ୍ୟକର୍ମୀ : ୬ ମାସ ପାଇଁ ଏସମା ଲାଗୁ କଲେ ସରକାର

ଭୁବନେଶ୍ବର : ସ୍ବାସ୍ଥ୍ୟକର୍ମୀଙ୍କୁ ଆନ୍ଦୋଳନ ମନା  । ଆଜିଠୁ ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିପାରିବେନି ସ୍ବାସ୍ଥ୍ୟ କର୍ମଚାରୀ ।  କାରଣ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏସମା ଲାଗୁ କରିଛନ୍ତି  ରାଜ୍ୟସରକାର । ନର୍ସ, ପାରାମେଡିକାଲ, ଟେକ୍ନିସିଆନଙ୍କ ପାଇଁ ଏହି ଆଇନ କଡାକଡି ପାଳନ କରାଯିବ । ଏହା ବ୍ୟତୀତ ୩ୟ ଏବଂ ୪ର୍ଥ କର୍ମଚାରୀ ସହ ଚୁକ୍ତିଭିତ୍ତିକ ପାଇଁ ମଧ୍ୟ ଲାଗୁ କରାଯାଇଛି  ।

ଗୃହ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଆଗକୁ ନିର୍ବାଚନ ପାଖେଇ ଆସୁଥିବାରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ମାନେ ଆନ୍ଦୋଳନ କରିପାରନ୍ତି  । ସ୍ବାସ୍ଥ୍ୟସେବା ଯେଭଳି ବ୍ୟାହତ ନ ହେବ  । ଓ ରୋଗୀ ମାନଙ୍କ ଚିକିତ୍ସାରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ନହେବ  । ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ଏସମା ଲାଗୁ କରିଛନ୍ତି  ।

Leave A Reply

Your email address will not be published.