Latest Odisha News

BREAKING NEWS

ହାଇଟେକ ହସ୍ପିଟାଲ ମାଲିକ ଶାସକ ଦଳର ନେତା ହୋଇଥିବାରୁ ରାଜ୍ୟ ସରକାର ନିରବ: ବିଜେପି ମୁଖପାତ୍ର

ଭୁବନେଶ୍ୱର: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଏସି କମ୍ପ୍ରେସର ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଏବଂ ପରେ ମୃତଦେହ ପରିଚୟକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ବିଜେପି ପକ୍ଷରୁ ଏହାର ମାଲିକ ତିରୁପତି ପାଣିଗ୍ରାହୀ ଏବଂ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ଏହି ଘଟଣାର ନ୍ୟାୟିକ ତଦନ୍ତ କରିବାକୁ ଦଳ ଦାବି କରିଛି ବିରୋଧୀ ବିଜେପି।

ପୋଡ଼ି ହୋଇଯାଇଥିବା ରୋଗୀଙ୍କ ପାଇଁ ସୁବିଧା ନାହିଁ ହାଇଟେକ୍ ହସ୍ପିଟାଲରେ। ମାତ୍ର 20 ପ୍ରତିଶତ ପୋଡ଼ି ଯାଇଥିଲେ ହସ୍ପିଟାଲରେ ଚିକିତ୍ସା ସମ୍ଭବ। କିନ୍ତୁ ୯୦ ପ୍ରତିଶତ ପୋଡ଼ି ଯାଇଥିବା ରୋଗୀଙ୍କୁ ହସ୍ପିଟାଲରେ କିପରି ଚିକିତ୍ସା ପାଇଁ ରଖାଗଲା ତାକୁ ନେଇ ବିଜେପି ପ୍ରଶ୍ନ କରିଛି। ଏହା ଚିକିତ୍ସା ଦେବା ନାଁରେ ନିୟମର ଘୋର ଉଲ୍ଲଂଘନ ଏବଂ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ।

ସାମ୍ବାଦିକ ସମ୍ମିଳନୀ କରି ଅନୀଲ ବିଶ୍ୱାଳ କହିଛନ୍ତି ଯେ, ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ମାଲିକ ଡିସେମ୍ବର ୨୭ ତାରିଖରେ ଓଡ଼ିଶାରେ ଥିଲେ। ସେଦିନ ସେ ଗଜପତିରେ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ଫଟୋ ରହିଛି। ହେଲେ ଯେଉଁ ଦିନ ଘଟଣା ଘଟିଲା ସେଦିନ ଶୁଣିବାକୁ ମିଳିଥିଲା ଯେ ସେ ରାଜ୍ୟ ବାହାରେ ଅଛନ୍ତି। ତିରୁପତି ପାଣିଗ୍ରାହୀ ବିଜେଡି ନେତା ହୋଇଥିବାରୁ ସରକାର ତାଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହି ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ଓ ଶ୍ରମ ଆୟୋଗ ଚୁପ୍ ରହିବା ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି ବୋଲି ଅନୀଲ ବିଶ୍ବାଳ କହିଛନ୍ତି।

ମୁଖପାତ୍ର କହିଛନ୍ତି, ମୃତଦେହ ଠିକ୍ ଭାବେ ଚିହ୍ନଟ ନହେବା, ଯେଉଁଥିପାଇଁ ଜଣେ ମହିଳା ସ୍ବାମୀର ମୃତ୍ୟୁ ହୋଇଛି ବୋଲି କହି ଆତ୍ମହତ୍ୟା କରିବା ଏବଂ ସେ ଗର୍ଭବତୀ ଥିଲେ। ଏହିପରି ଏକ ଭୁଲ ନିଷ୍ପତ୍ତି ପାଇଁ ଦାୟୀ କିଏ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.