Latest Odisha News

BREAKING NEWS

ଅଲିମ୍ପିକ କୋଟା ହାସଲ କଲେ ଭାରତୀୟ ଶୁଟର ବରୁଣ, ଈଶା

ଜାକର୍ତା: ଏସିଆନ କ୍ୱାଲିଫାୟର୍ସ ୧୦ ମିଟର ପୁରୁଷ ଏବଂ ମହିଳା ବିଭାଗରେ ଭାରତର ଯୁବ ଶୁଟର ବରୁଣ ତୋମାର ଓ ଈଶା ସିଂ ଅଲିମ୍ପିକ କୋଟା ହାସଲ କରିଛନ୍ତି । ଏଥିସହ ଭାରତର ୧୫ଜଣ ଶୁଟର ପ୍ୟାରିସ ଅଲିମ୍ପିକ ଯୋଗ୍ୟତା ହାସଲ କରିଛନ୍ତି । କଂଟିନେଟାଂଲ ଇଭେଂଟରେ ଭାରତ ୨ ସ୍ୱର୍ଣ୍ଣ ସହ ୬ ପଦକ ହାସଲ କରିଛି । ତୋମାର ୨୩୯.୬ ପଂଏଟ ସହ ପ୍ରଥମ ସ୍ଥାନ ହାସଲ କରିଥିଲେ । ଅରୁଣ ଚୀମା (୨୩୭.୩) ରୌପ୍ୟ ଓ ମଙ୍ଗୋଲିଆର ଦାଭାଖୁ ଏଙ୍କଥାଇଭାନ(୨୧୭.୨) ବ୍ରୋଞ୍ଜ ପଦକ ଜିତିଛନ୍ତି । ମହିଳା ବିଭାଗରେ ଈଶା ୨୪୩.୧ ପଂଏଟ ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ପାକିସ୍ତାନର କିସମାଲା ତଲତ ଓ ଭାରତର ରିଦିମ ସାଙ୍ଗୱାନ ବ୍ରୋଞ୍ଜ ପଦକ ଜିତିଛନ୍ତି । ଜୁଲାଇ ଓ ଅଗଷ୍ଟରେ ହେବାକୁ ଥିବା ଆଉ ଏକ କ୍ୱାଲିଫାୟର୍ସ ମାଧ୍ୟମରେ ଭାରତୀୟ ଶୁଟର ଅଲିମ୍ପିକ ଯୋଗ୍ୟତା ହାସଲ କରିବା ନେଇ ଉଦ୍ୟମ କରିବେ ।

Leave A Reply

Your email address will not be published.