ଭୁବନେଶ୍ୱର: ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ରାଜ୍ୟର ୩୫ଟି ଅଞ୍ଚଳକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରିଛନ୍ତି। ସଦ୍ୟ ଘୋଷଣା ହୋଇଥିବା ୩୫ ଏବଂ ପୂର୍ବରୁ ଥିବା ୬୭ ଜ୍ଞାପିତ ଅଞ୍ଚଳ ପରିଷଦକୁ ମିଶାଇ ସର୍ବମୋଟ ଏନଏସି ସଂଖ୍ୟା ୧୦୨ରେ ପହଞ୍ଚିଛି ।
ଯଦିଓ ଏବେ ବି ଅନେକ ସ୍ଥାନକୁ ଏନଏସି ମାନ୍ୟତା ଦାବି ଦେବାକୁ ଦାବି ହେଉଛି କିନ୍ତୁ ବିରୋଧୀ ବିଜେପି ଏପରି ଘୋଷଣାକୁ ବେଆଇନ୍ ବୋଲି କହିଛି। ବିନା ବିଧାନସଭାରେ ଆଗତ ନହୋଇ, କ୍ୟାବିନେଟରେ ପାରିତ ନହୋଇ ଏନଏସି ମାନ୍ୟତା ଘୋଷଣା କରାଯିବା ବେଆଇନ ବୋଲି କହିଛନ୍ତି ଆଇନଜୀବୀ ତଥା ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ।
ଗ୍ରାମ ପଞ୍ଚାୟତ ଗୁଡ଼ିକୁ ଭାଙ୍ଗି ଏନଏସି କରିବା ପାଇଁ ଓଡ଼ିଶା ମ୍ୟୁନିସିପାଲ ଆଇନରେ ବ୍ୟବସ୍ଥା ରହିଛି । ରାଜ୍ୟପାଳଙ୍କ ଦ୍ଵାରା ଏକ ବିଜ୍ଞପ୍ତି ଦ୍ଵାରା କରାଯିବା କଥା । ଆଇନର ପ୍ରକ୍ରିୟା ଭିତରେ କରାଯିବା ଉଚିତ । ୩୫ଟି ଏନଏସି ଭିତରେ ୧୫୦ରୁ ୨୦୦ ପଞ୍ଚାୟତ ରହିବ । ଏହି ସବୁ ପଞ୍ଚାୟତର ଅଧିବାସୀଙ୍କ ସହ ଆଲୋଚନା ଏବଂ ଜନ ଶୁଣାଣି କରି ସରକାର ବିଜ୍ଞପ୍ତି କରିବା କଥା । ସରକାର ପଞ୍ଚାୟତର ଲୋକ ଏବଂ ଜନ ପ୍ରତିନିଧି ମାନଙ୍କ ସହ ଆଲୋଚନା କରି ନାହାନ୍ତି । କିନ୍ତୁ ସରକାର ଯଦି ଏହି ସବୁ ପ୍ରକ୍ରିୟା ଦେଇ ଯାଇନାହାନ୍ତି ,ତେବେ ଏହା ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ଏବଂ ବେଆଇନ ।
ସରକାର ଯଦି ଆଇନ ଅନୁସାରେ କରିଥାନ୍ତେ ତେବେ କେହି ଆପତ୍ତି କରି ନଥାନ୍ତେ। କିନ୍ତୁ ସରକାର ଗ୍ରାମ ପଞ୍ଚାୟତ ଆଇନ ଏବଂ ମ୍ୟୁନିସିପାଲ ଆଇନକୁ ଉଲଂଘନ କରି ଘୋଷଣା କରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବେଆଇନ ଏବଂ ଅସାମ୍ବିଧାନିକ ଭାବରେ ଏଭଳି ଭାବେ ସରକାର ଘୋଷଣା କରିବା ଦ୍ୱାରା ଲୋକଙ୍କୁ ଖୁସି କରିବାକୁ କରାଯାଉଛି ବୋଲି ବିଜେପି କହିଛି। ଏ ବାବଦରେ ନିର୍ବାଚନ କମିଶନଙ୍କୁ ଅବଗତ କରାଇବ ବିଜେପି । ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି ଦଳ।
ଉଲ୍ଲେଖଯୋଗ୍ୟ, ନିକଟରେ ପଦ୍ମପୁରକୁ ରାଜ୍ୟ ସରକାର ଜିଲ୍ଲା ମାନ୍ୟତା ଦେବା ନେଇ ଘୋଷଣା କରିଥିଲେ ହେଲେ ଏହାକୁ ବିରୋଧ କରି ହାଇକୋର୍ଟରେ ଆବେଦନ ହୋଇଥିଲା। ପରେ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ରୋକ୍ ଲାଗିଛି।
Comments are closed.