Latest Odisha News

BREAKING NEWS

ଆସନ୍ତା ୨୮ତାରିଖରେ ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ କୋର୍ଟ, ଜାଣନ୍ତୁ କାରଣ

ଭୁବନେଶ୍ଵର: ଆସନ୍ତା ୨୮ତାରିଖରେ ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ କୋର୍ଟ । ଏହି ଦିନକୁ ସରକାରୀ ଛୁଟିଦିନ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ‘ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ’ ଅବସରରେ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସେପେଫମ୍ବର ୨୯ ତାରିଖକୁ ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ନିମନ୍ତେ ଛୁଟି ଘୋଷଣା କରାଯାଇଥିଲା । ମାତ୍ର ଏବେ ଏହକୁ ପରିବର୍ତନ କରି ୨୯ ତାରିଖ ଶୁକ୍ରବାର ବଦଳରେ ୨୮ ତାରିଖ ଗୁରୁବାର ପାଇଁ ଏହି ଛୁଟି ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ ସେପେଫମ୍ବର ୨୮ ତାରିଖ ଗୁରୁବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ରାଜସ୍ୱ ଓ କାର୍ଯ୍ୟନିର୍ବାହୀ କୋର୍ଟ ବନ୍ଦ ରହିବ । ଏନେଇ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

 

 

Comments are closed.