Latest Odisha News

BREAKING NEWS

ରଥ ନିର୍ମାଣ ପାଇଁ ଆନୁଷ୍ଠାନିକ ଅନୁମତି ପତ୍ର ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରଥ ନିର୍ମାଣ ନେଇ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସର୍ତ୍ତମୂଳକ ସବୁଜ ସଙ୍କେତ ମିଳିବା ପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଆନୁଷ୍ଠାନିକ ଅନୁମତି ପତ୍ର ପ୍ରଦାନ କରାଯାଇଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଖଳାରେ ରଥ ନିର୍ମାଣ କାମ ଲକ୍ ଡାଉନ ନିୟମ ଓ ସାମାଜିକ ଜୂରତ୍ୱ ନିୟମ ମାନି କରାଯିବ । କୌଣସି ଧାର୍ମିକ ସମାବେଶ ହେବ ନାହିଁ । ସେହିଭଳି ରଥ ନିର୍ମାଣ ସ୍ଥଳକୁ ବ୍ୟାରିକେଡ କରି ସାଧାରଣ ଲୋକଙ୍କୁ ଏଠାରୁ ଦୂରେଇ ରଖାଯିବ ।

ସୂଚନା ଯୋଗ୍ୟ ଯେ, ଆଜି ସକାଳେ ରଥଖଳାରେ ମହାରଣା ସେବକଙ୍କ ଦ୍ୱାରା ରଥ ନିର୍ମାଣ କାମ ଆରମ୍ଭ ହୋଇଛି । ଏଥି ସହ ରଥ ନିର୍ମାଣରେ ନିୟୋଜିତ ସମସ୍ତ ମହାରଣା ସେବକଙ୍କର କୋଭିଡ୧୯ ପରୀକ୍ଷଣ ହୋଇଛି ।

Leave A Reply

Your email address will not be published.