Latest Odisha News

BREAKING NEWS

ଜମି ହଡପ ଆଉ କରି ପାରିବେ ନାହିଁ ଧନୀ ଲୋକ ; ଏଣିକି ସରକାର କିଣିବେ ଏସସି/ଏସଟିଙ୍କ ଜମି

ଭୁବନେଶ୍ବର: ଏଣିକି ସରକାର କିଣିବେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମି ।ଧନୀ ଲୋକ ଆଉ ଚାପ ପକାଇ ଅନୁସୂଚିତ ଜାତି ଏବଂ ଜନଜାତି ଲୋକଙ୍କ ଜମି ହଡ଼ପ କରିପାରିବେନି ।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏଥର ଧନୀ ଲୋକମାନେ ଚାପ ପକାଇ ଏସସି ଓ ଏସଟିଙ୍କ ଜମିକୁ ହଡପ କରି ପାରିବେ ନାହିଁ । ଏଣିକି ସରକାର କିଣିବେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମି। ଧନୀ ଲୋକ ଚାପ ପକାଇ ଜାତି ଓ ଜନଜାତିଙ୍କ ସମ୍ପତ୍ତି ହଡ଼ପ କରିପାରିବେନି।

ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନେ ଝିଅ ବାହାଘର, ଚିକିତ୍ସା, ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଜମି ବିକ୍ରି କରିବାକୁ ଚାହୁଁଥିଲେ, ସରକାର ଏହି ଜମିକୁ କିଣିବେ। ୨ରୁ ୩ ବର୍ଷ ସରକାର ସୁରକ୍ଷିତ ରଖିବେ । ଜମି ମାଲିକ ଚାହିଁଲେ ପରବର୍ତ୍ତୀ ସମୟରେ ନେବେ ବୋଲି ମନ୍ତ୍ରୀ କହିଛନ୍ତି।

ଏଥିଲାଗି ଖୁବ୍‌ଶୀଘ୍ର କର୍ପସ ଫଣ୍ଡ ଗଠନ କରିବେ ରାଜ୍ୟ ସରକାର । ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହେବ । କମିଟିରେ SC/ST ବିଭାଗ ସଚିବ, ନିର୍ଦ୍ଦେଶକ, ବିଶେଷଜ୍ଞ ରହିବେ । SC/ST ବିଭାଗ ଗୃହ କମିଟି, ବିଧାୟକଙ୍କ ପରାମର୍ଶ ନିଆଯିବ । ସମସ୍ତଙ୍କ ପରାମର୍ଶ ନେଇ କମିଟି ରିପୋର୍ଟ ଦେବା ପରେ ନିଷ୍ପତ୍ତି ହେବ ।

Comments are closed.