Latest Odisha News

ସରକାରୀ ସ୍ତରରେ ପାଳନ ହେବ ‘ବାଜି ରାଉତ ଜୟନ୍ତୀ’

ଭୁବନେଶ୍ବର: ଏଣିକି ସରକାରୀ ସ୍ତରରେ ପାଳନ ହେବ ‘ବାଜି ରାଉତ ଜୟନ୍ତୀ’ । ଆଜି ସହିଦ ବାଜି ରାଉତଙ୍କ ଜୟନ୍ତୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ସରକାରୀ ସ୍ତରରେ ବାଜି ରାଉତ ଜୟନ୍ତୀ ପାଳନ ହେବ । ସରକାରୀ ସ୍ତରରେ ରାଜ୍ୟସ୍ତରୀୟ ବାଜି ରାଉତ ଜୟନ୍ତୀ ପାଳନ କରି  ଓଡ଼ିଶାର ସର୍ବ କନିଷ୍ଠ ବରପୁତ୍ରଙ୍କୁ ସମ୍ମାନ ଜଣାଯିବ । ଏହି ଦିନ ପାଳନ କରି ଓଡିଶାବାସୀ ବାଜି ରାଉତଙ୍କ ତ୍ୟାଗ, ବଳିଦାନ, ସଂଘର୍ଷକୁ ସମ୍ମାନ ଜଣାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.