ଭୁବନେଶ୍ୱର : ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗର ଅଂଶ ବିଶେଷ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଆୟୋଜିତ ହେଇଯାଇଛି। । ଏହି ଉତ୍ସବରେ ମିଶନ ଶକ୍ତି, ମହିଳା ଶିଶୁ ବିକାଶ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି, ଅଭିନେତ୍ରୀ ଅନୁ ଚୌଧୁରୀ ଅନ୍ୟତମ ଅତିଥି ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଶୁଭା ଶର୍ମା ବିଶେଷ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରି ଦକ୍ଷତା ପ୍ରଦର୍ଶନ କରିବା ସହିତ ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ଚେଷ୍ଟା କରିବାକୁ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ତାଙ୍କ ଅଭିଭାଷଣରେ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସଙ୍ଗୀତ, ନୃତ୍ୟ, ପ୍ରଶ୍ନୋତ୍ତର, ବିତର୍କ ଏବଂ ଚିତ୍ରକଳା ସମେତ ବିଭିନ୍ନ ରାଜ୍ୟସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତାରେ ଭାଗ ନବାକୁ ପ୍ରାୟ ୬୦୦ ଜିଲ୍ଲାସ୍ତରୀୟ ବିଜେତା ଏକତ୍ରିତ ହୋଇଛନ୍ତି । ଏହା ସହ ଶିଶୁମାନଙ୍କର ପ୍ରତିଭାର ବିକାଶ କରିବା ପାଇଁ କାର୍ଟୁନ କର୍ମଶାଳା ସହ ବର୍ଜ୍ୟବସ୍ତୁରୁ ତିଆରି ବିଭିନ୍ନ ଉପକାରୀ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା ।
ଏହି ଅବସରରେ ଅଭିନେତ୍ରୀ ଅନୁ ଶିଶୁମାନଙ୍କ ସହ ମିଶି ସେମାନଙ୍କର କୌତୁକିଆ ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ସଚିବି ଶ୍ରୀମତୀ ଶର୍ମା ନିଜ ବକ୍ତବ୍ୟରେ ଶିଶୁମାନଙ୍କୁ ଶୁଭେଛା ପ୍ରଦାନ କରିବା ସହ ସେମାନଙ୍କର ଉନ୍ନତି ନିମନ୍ତେ ସମସ୍ତ ବ୍ୟବସ୍ଥା ତ୍ୱରାନ୍ୱିିତ କରିବାକୁ ଆଶ୍ୱାସନା ଦେଇଥିଲେ।
ଏହି ଉତ୍ସବରେ ସଚିବ ଗୀତାରାଣୀ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରବନ୍ଧକ ପ୍ରୀତିକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.