Latest Odisha News

BREAKING NEWS

ଗର୍ବ ଓ ଗୌରବର ମୁହୂର୍ତ୍ତ: ଘୋଷିତ ହେଲା ରାଜ୍ୟସ୍ତରୀୟ ‘ଦେବଗିରି ସମ୍ମାନ’

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ସ୍ଥିତ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେବଗିରି ସମ୍ମାନ ଘୋଷଣା କରାଯାଇଛି। ଚଳିତବର୍ଷ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଦେବଗିରି ସମ୍ମାନ’ ପାଇବେ ଗବେଷକ ଉମାଶଙ୍କର କର। ୨୦୨୫ ବର୍ଷ ପାଇଁ ଡ. ଗୋପୀନାଥ ବାଗ ଓ ୨୦୨୬ ପାଇଁ ଡ. ଚନ୍ଦ୍ରଶେଖର ହୋତା ଦେବଗିରି ସାହିତ୍ୟ ସମ୍ମାନ ପାଇବେ। ସୌରଭ ମହାପାତ୍ରଙ୍କୁ ଦେବଗିରି ଯୁବ ସମ୍ମାନ ପ୍ରଦାନ କରାଯିବ।

୨୦୨୫ ବର୍ଷ ପାଇଁ ସତ୍ୟନାରାୟଣ ମୁଣ୍ଡଛିନା ଓ ୨୦୨୬ ବର୍ଷ ପାଇଁ ଜୟଶ୍ରୀ ବହିଦାର ଦେବଗିରି ଶିକ୍ଷା ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି। ଐଶ୍ୱର୍ଯ୍ୟା ପ୍ରଧାନଙ୍କୁ ଦେବଗିରି ସମ୍ଭାବନା ସମ୍ମାନ, ତପିମଣି ଜାନୀଙ୍କୁ ଦେବଗିରି ପ୍ରଜ୍ଞା ସମ୍ମାନ, ସୁମିତ କୁମାର ଅଗ୍ରୱାଲଙ୍କୁ ଦେବଗିରି ଉଦ୍ୟୋଗୀ ସମ୍ମାନ, ୨୦୨୫ ବର୍ଷ ପାଇଁ ଡା. ଦୀନବନ୍ଧୁ ସାହୁ ଓ ୨୦୨୬ ବର୍ଷ ପାଇଁ ନିର୍ମଳ ଚନ୍ଦ୍ର ଭୋଇଙ୍କୁ ଦେବଗିରି କଳା ସମ୍ମାନ, ଦେବଦତ୍ତ ବେହେରାଙ୍କୁ ଦେବଗିରି ପ୍ରତିଭା ସମ୍ମାନ, ରେଣୁକା ବିଶି ଓ ଗୋପୀନାଥ ଶବରଙ୍କୁ ଦେବଗିରି ଲୋକନୃତ୍ୟ ସମ୍ମାନ, ମୋହନ ଚରଣ ବିଷିଙ୍କୁ ଦେବଗିରି ଅଧ୍ୟାତ୍ମ୍ୟ ସମ୍ମାନ ପ୍ରଦାନ କରାଯିବ।

୨୦୨୫ ବର୍ଷ ପାଇଁ ଅଶୋକ ପଟ୍ଟନାୟକ ଓ ୨୦୨୬ ପାଇଁ ରାଜୀବ କୁମାର ଅଗ୍ରୱାଲ ପାଇବେ ଦେବଗିରି ସମାଜସେବା ସମ୍ମାନ। ୨୦୨୫ ବର୍ଷ ପାଇଁ ଅଂଶୁମାନ ପାତ୍ର ଓ ୨୦୨୬ ବର୍ଷ ପାଇଁ ଲଲିତ କାନୁନଗୋ ଦେବଗିରି ନାରଦ ସମ୍ମାନ ପାଇବେ। ୨୦୨୫ ବର୍ଷ ପାଇଁ ଅଖିଳଚନ୍ଦ୍ର ହୋତା ଓ ୨୦୨୬ ପାଇଁ ରଜନୀକାନ୍ତ ମିଶ୍ରଙ୍କୁ ଦେବଗିରି ସମ୍ବାଦିକତା ସମ୍ମାନ ପ୍ରଦାନ କରାଯିବ। ମିହିର କୁମାର ଭୋଇ ଦେବଗିରି କ୍ରୀଡ଼ା ସମ୍ମାନ ଓ ରାଜେନ୍ଦ୍ର ପାଢ଼ୀ ଦେବଗିରି ନାଟ୍ୟ ସମ୍ମାନ ପାଇବେ। ୨୦୨୫ ବର୍ଷ ପାଇଁ ଗଙ୍ଗାନାରାୟଣ ଦାଶ ଓ ୨୦୨୬ ବର୍ଷ ପାଇଁ ରବୀନ୍ଦ୍ରନାଥ ଦୋରା ଦେବଗିରି ଗୁରୁ ସମ୍ମାନ ପାଇବେ। ଫକୀର କୁମାର ୨୦୨୫ ବର୍ଷ ପାଇଁ ଓ ସୁନ୍ଦରଲାଲ ନାଏକ ୨୦୨୬ ବର୍ଷ ପାଇଁ ଦେବଗିରି ଦେଶସେବା ସମ୍ମାନ ପାଇବେ।

୨୦୨୫ ପାଇଁ ଶାନ୍ତନୁ ବେହେରାଙ୍କୁ ଏବଂ ୨୦୨୬ ବର୍ଷ ପାଇଁ ହେମନ୍ତ ସାହୁଙ୍କୁ ଦେବଗିରି ସଂଗଠନ ସମ୍ମାନ ପ୍ରଦାନ କରାଯିବ। ଦେବଗିରି ଭକ୍ତି ସମ୍ମାନ ୨୦୨୫ ବର୍ଷ ପାଇଁ ସାଧୁ ପ୍ରଭାକର ଦାସ ଓ ୨୦୨୬ ପାଇଁ ବୈଦ୍ୟରାଜ ପବିତ୍ର ଶବରଙ୍କୁ ପ୍ରଦାନ କରାଯିବ। ତ୍ରିପୁରା ନାୟକଙ୍କୁ ଦେବଗିରି ସମବାୟ ସମ୍ମାନ, ଯଯାତି କେଶରୀ ନାୟକଙ୍କୁ ଦେବଗିରି ଲୋକକଳା ସମ୍ମାନ, ରବୀନ୍ଦ୍ରନାଥ ସାହୁଙ୍କୁ ଦେବଗିରି ସେବା ସମ୍ମାନ ଓ ପ୍ରଦୀପ କୁମାର ସାହୁଙ୍କୁ ଦେବଗିରି ପରିବେଶ ସମ୍ମାନ ପ୍ରଦାନ କରାଯିବ। ୨୦୨୫ ବର୍ଷ ପାଇଁ ରମେଶ କୁମାର ଧଙ୍ଗଡାମାଝୀ ଓ ୨୦୨୬ ବର୍ଷ ପାଇଁ ମୋହିତ କୁମାର ଧଙ୍ଗଡାମାଝୀଙ୍କୁ ଦେବଗିରି ଶିଳ୍ପୀ ସମ୍ମାନ ପ୍ରଦାନ କରାଯିବ।

ସେହିଭଳି ଭାବେ ଦେବଗିରି ବାର୍ତ୍ତା ସମ୍ମାନ-୨୦୨୬ ପାଇବେ ଲକ୍ଷ୍ମୀରଞ୍ଜନ ବାଗ, ଶୁଭେନ ପଟ୍ଟନାୟକ, ଲକ୍ଷ୍ମଣ ବାଗ (ଲିପୁ), ତୁଳାରାମ ବେହେରା, ଗଣେଶ ଭୋଇ ଓ ସୁନ୍ଦର ମୋହନ ଛତ୍ରିଆ। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଶ୍ଵାମିତ୍ର ଗହୀର ଓ ଶିକ୍ଷକ ରାଜେଶ୍ଵର ସାହୁଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବ। ଚୟନିତ ପ୍ରତିଭାମାନଙ୍କୁ ଆସନ୍ତା ନଭେମ୍ବର ୨୨ ରୁ ୨୫ ତାରିଖ ଯାଏଁ ଆୟୋଜନ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଗୋସିଂହ ଦୈତ୍ୟ ଦରବାରରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଂଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.